ସୁବର୍ଣ୍ଣ ସୁଯୋଗ ! ଚଳିତ ବର୍ଷ SBIରେ ହେବ ୧୪ ହଜାର ନିଯୁକ୍ତି

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ରେ ଏହି ବର୍ଷ ବହୁତ ସଂଖ୍ୟାରେ ନିଯୁକ୍ତି ହେବାକୁ ଯାଉଛି। ଏସବିଆଇ ଚଳିତ ବର୍ଷ ୧୪ ହଜାର ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରିବା ଯୋଜନା ପ୍ରସ୍ତୁତ କରିଛି। ନିଜର କର୍ମଚାରୀଙ୍କୁ ଖାସ୍‌ ସୁବିଧା ଯୋଗାଇଦେବା ପାଇଁ ସବୁବେଳେ ଲକ୍ଷ୍ୟ ରଖିଥାଏ ଏସବିଆଇ। ବ୍ୟାଙ୍କ ନିଜର ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛି ଯେଉଁଥିପାଇଁ ଲୋକଙ୍କର ଆବଶ୍ୟକତା ହେବ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ବ୍ୟାଙ୍କ ଚଳିତ ବର୍ଷ ୧୪ ହଜାରରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା କରିଛି। ବ୍ୟାଙ୍କ୍‌ ନିଜେ ଏହା ବିଷୟରେ ଏକ ବକ୍ତବ୍ୟରେ ଜଣାଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କର କହିବାନୁଯାୟୀ ବ୍ୟାଙ୍କରେ ଏବେ ଅଢ଼େଇ ଲକ୍ଷ କର୍ମଚାରୀ କାଯ୍ୟର୍ କରୁଛନ୍ତି। ସେଥିରେ ଆଉ ୧୪ ହଜାର ଲୋକ ଯୋଡିହେବେ। ବ୍ୟାଙ୍କ୍‌ ନିଜର କର୍ମଚାରୀଙ୍କର ଆବଶ୍ୟକତାକୁ ପୂରା କରିବା ପାଇଁ ଏବଂ ସାରା ଜୀବନ ସାହାଯ୍ୟ କରିବା ପାଇଁ ସବୁବେଳେ ରହିଛି ତପ୍ତର। SBIରେ ବାହାରିଥିବା ଏହି ନିଯୁକ୍ତି ସେହି ଲୋକଙ୍କ ପାଇଁ ଫାଇଦାପୂର୍ଣ୍ଣ ପ୍ରମାଣିତ ହେବ ଯେଉଁମାନେ ବ୍ୟାଙ୍କିଂ ସେକ୍ଟରରେ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ଏହା ଏକଦମ୍‌ ସୁବର୍ଣ୍ଣ ସୁଯୋଗ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବ୍ୟାଙ୍କ ଏବେ ପର୍ଯ୍ୟନ୍ତ ଏହାକୁ ନେଇ ଅଧିକ ବିବରଣୀ ଦେଇନାହିଁ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ବକ୍ତବ୍ୟରେ କହିଛି ବ୍ୟାଙ୍କ ନିଜର କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ସେବାନିବୃତ୍ତି ଯୋଜନା ପ୍ରସ୍ତୁତ କରିଛି। ଯେଉଁଥିରେ ପ୍ରାୟ ୩୦,୧୯୦ କର୍ମଚାରୀ ଲାଭବାନ ହୋଇପାରନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.