Below header

ସବୁଠାରୁ ବିଚିତ୍ର ଏବଂ ମହଙ୍ଗା ସାମୁଦ୍ରିକ ଜୀବ ‘ଗୁସନେକ ବ୍ରାନକେଲ୍ସ’ , ଯାହାର ମୂଲ୍ୟ ୪୮ ଲକ୍ଷ ଟଙ୍କା

ସମୁଦ୍ରର ଅତଳ ଜଳରାଶି ଭିତରେ ଅନେକ ପ୍ରକାର ଜୀବ ରହିଥାନ୍ତି। ଏମାନଙ୍କ ମଧ୍ୟରୁ କେତେକ ବିଷୟରେ ଆମେ ମଧ୍ୟ ଜାଣିଛେ। କିନ୍ତୁ ଆପଣ ପୂର୍ବରୁ କେବେ ବି ଏଭଳି ସାମୁଦ୍ରିକ ଜୀବ ଦେଖିନଥିବେ। ଯାହା ପ୍ରଥମରୁ ଦେଖିଲେ ହୁଏତ ଆପଣ କିଛି ଜାଣିପାରିବେ ନାହିଁ। ଏହି ଜୀବ ସବୁଠାରୁ ମହଙ୍ଗା ସାମୁଦ୍ରିକ ଜୀବ ଏବଂ ଏହାର ମୂଲ୍ୟ ୪୮ ଲକ୍ଷ ଟଙ୍କା।

ବ୍ରିଟିଶ ସମୁଦ୍ର ତଟରେ ବିଚିତ୍ର ସମୁଦ୍ର ଜୀବ ଦେଖିବାକୁ ମିଳିଥିଲା। ୪୭ ବର୍ଷୀୟ ମାର୍ଟିନ ଗ୍ରୀନ ନିଜ ପରିବାର ସହିତ ବିଚକୁ ଛୁଟି ମନାଇବାକୁ ଯାଇଥିଲେ। ସେ ଯେତେବେଳେ ଉତ୍ତର ଓ୍ଵାଲସର କର୍ନାରଫୋନ କୂଳରେ ଏହି ଜୀବକୁ ଦେଖିଥିଲେ, ତେବେ ପ୍ରଥମେ ଏହା କ’ଣ ବୋଲି ଜାଣିପାରିନଥିଲେ।

gooseneck

ଏହାପରେ ସେ ଫେସବୁକ ପେଜରେ ଜୀବର ଫୁଟେଜକୁ ସେୟାର କରିଥିଲେ। ଏହା ବିଷୟରେ କିଛି ଜାଣିପାରିନଥିବାରୁ ତାହା ବିଷୟରେ ଗୁଗଲ ସର୍ଚ୍ଚ କରିଥିଲେ। ଏହି ସର୍ଚ୍ଚରୁ ସେ ଜାଣିବାକୁ ପାଇଥିଲେ, ଏହି ଜୀବର ନାମ ‘ ଗୁସନେକ ବ୍ରାନକେଲ୍ସ’। ଏହା ଦୁଲର୍ଭ ସାମୁଦ୍ରିକ ଜୀବ। ଯାହା କେବଳ ପର୍ତ୍ତୁଗାଲ ଏବଂ ସ୍ପେନରେ ଦେଖିବାକୁ ମିଳିଥାଏ। ଏହାର ଏକ ଗୋକୁ ୨୫ ପାଉଣ୍ଡରେ ବିକ୍ରି କରାଯାଏ। ଅର୍ଥାତ୍‌ ଗୋଟେ ‘ଗୁସନେକ’ର ମୂଲ୍ୟ ୨୫୦୦ ଟଙ୍କା। ଆଉ ଏହି କାଠ ଗଣ୍ଡିରେ ପାଖାପାଖି ୨ ହଜାରରୁ ଉର୍ଦ୍ଧ୍ୱ ସାମୁଦ୍ରିକ ଜୀବ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.