ଭାରତୀୟ ଅଗଷ୍ଟରେ ସବୁଠୁ ଅଧିକ କ’ଣ ସର୍ଚ୍ଚ କରିଛନ୍ତି, ଖୁଲାସା କଲା Google

ବର୍ତ୍ତମାନ କରୋନା କାଳରେ ଦେଶରେ ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି। କରୋନା ସଂକ୍ରମଣ ଥମିବାର ନାଁ ଧରୁନଥିବାରୁ ସମସ୍ତଙ୍କ ମୁଣ୍ଡବିନ୍ଧା ସାଜିଛି। କିନ୍ତୁ ଗୁଗଲର ସର୍ଚ୍ଚ ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ଲୋକମାନେ କରୋନା ପାଇଁ ଆଦୌ ଚିନ୍ତାରେ ନାହାନ୍ତି। ଗୁଗଲ ଅଗଷ୍ଟ ମାସର ସର୍ଚ୍ଚ ଟ୍ରେଣ୍ଡ୍‌ ଜାରି କରିଛି। ଏହି ସୂଚନା ମୁତାବକ ଅଗଷ୍ଟ ମାସରେ ଭାରତର ଲୋକମାନେ ଗୁଗଲରେ ସବୁଠୁ ଅଧିକ ପାକିସ୍ତାନ ବନାମ ଇଂଲଣ୍ଡ ସର୍ଚ୍ଚ କରିଛନ୍ତି। ଗୁଗଲ ସର୍ଚ୍ଚ ଟ୍ରେଣ୍ଡ ମୁତାବକ ଅଗଷ୍ଟ ମାସରେ Pakistan vs England କିଓ୍ଵାର୍ଡର ସର୍ଚ୍ଚରେ ୫୦୦୦ ପ୍ରତିଶତ ବୃଦ୍ଧି ହୋଇଛି।

ସେହିପରି ଦ୍ୱିତୀୟ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା କିଓ୍ଵାର୍ଡ ହେଉଛି ପ୍ରଣବ ମୁଖାର୍ଜୀ। ଏହି ସର୍ଚ୍ଚରେ ୪୦୦୦ ପ୍ରତିଶତ ବୃଦ୍ଧି ହୋଇଛି। ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି ସ୍ୱାଧୀନତା ଦିବସ ବା Independence Day । ଏହି ସର୍ଚ୍ଚ କିଓ୍ଵାର୍ଡରେ ୩,୭୫୦ ପ୍ରତିଶତ ଉନ୍ନତି ପରିଲକ୍ଷିତ ହୋଇଛି। ଅନ୍ୟପଟେ Lebanon ସର୍ଚ୍ଚରେ ୨,୧୦୦ ପ୍ରତିଶତ ଓ COVID-19 prevention ରେ ୧,୬୦୦ ପ୍ରତିଶତ ବୃଦ୍ଧି ହୋଇଛି ଫଳରେ ସେମାନେ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି।

google

ଅଗଷ୍ଟ ମାସରେ କରୋନା ଭାଇରସ୍‌ ସମ୍ବନ୍ଧିତ ସର୍ଚ୍ଚରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ନେଇ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି। ଏ ଅବସରରେ Amit Shah coronavirus କିଓ୍ଵାର୍ଡ ସର୍ଚ୍ଚରେ ୪,୧୦୦ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଭ୍ୟାକ୍‌ସିନ୍‌ ବାବଦରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି Sputnik ଓ Sputnik vaccine।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.