Below header

ଭାରତରେ ଲଞ୍ଚ ହେବ ନୂଆ ସ୍କୁଟର: କାନୋପସ୍ ର ଚାରିଟି ଇଲେକ୍ଟ୍ରିକ୍ ସ୍କୁଟର ଭାରତରେ ହେବ ଲଞ୍ଚ, ସୁରକ୍ଷା ପାଇଁ ରହିଛି ଦମଦାର ଫିଚର

ବର୍ତ୍ତମାନ ସାରା ବିଶ୍ୱରେ ଇଲେକ୍ଟ୍ରିକ ଯାନ ପାଇଁ କ୍ରେଜ୍ ବଢ଼ିଚାଲିଛି। ଅନେକ ଗ୍ରାହକ ଏହି ଇଲେକ୍ଟ୍ରିକ ଗାଡ଼ି କିଣିବାକୁ ଇଚ୍ଛା ରଖୁଛନ୍ତି। ସେଥିପାଇଁ ବଜାରରେ ମଧ୍ୟ ଏହାର ଚାହିଦା ବଢିବା ସହିତ ଗାଡ଼ି କମ୍ପାନୀମାନେ ମଧ୍ୟ ଇଲେକ୍ଟ୍ରିକ ଭାଇକେଲ ତିଆରି କରିଛନ୍ତି। ଯାହାର ଭଲ ଆକର୍ଷଣୀୟ ଫିଚର୍ ମଧ୍ୟ ରହିଛି।

ଇଲେକ୍ଟ୍ରିକ ଗାଡ଼ି ତିଆରି କରିବାର ଆଉ ଏକ ଅନ୍ୟ କାରଣ ହେଉଛି ପରିବେଶକୁ ସୁରକ୍ଷିତ ରଖିବା। ତେବେ ଏହାକୁ ଦୃଷ୍ଟିରେ ରଖି, ATD ଗ୍ରୁପ୍ ଏବଂ SRAM & MRAM ର ମିଳିତ ଉଦ୍ୟମରେ କାନୋପସ୍ ବ୍ରାଣ୍ଡ ଇ-ସ୍କୁଟର ତିଆରି କରିବା ଆରମ୍ଭ କରିଛି।

ମାର୍ଚ୍ଚ ସୁଦ୍ଧା ଏହି ଗାଡ଼ି ଭାରତୀୟ ମାର୍କେଟରେ ମିଳିବ ବୋଲି କମ୍ପାନୀ କହିଛି। କମ୍ପାନୀ କହିଛି ଯେ ଇଭି ସେଗମେଣ୍ଟରେ ପର୍ଯ୍ୟାୟକ୍ରମେ ୧୦୦ କୋଟି ଟଙ୍କା ବିନିଯୋଗ ହେବ। ଯାହା ଦ୍ଵାରା ସାରା ଦେଶରେ ଇଭି ସ୍କୁଟର ତିଆରି ହୋଇପାରିବ ଓ ଏହାର ଡିଲର ନେଟୱାର୍କ ତିଆରି ହୋଇପାରିବ। ଆସନ୍ତା ମାସ ସୁଦ୍ଧା ଏହି ଯାନଗୁଡିକ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

ଏହି ଗାଡ଼ିର ମେଣ୍ଟେନାନସ ମଧ୍ୟ ଖୁବ୍ କମ୍ ଟଙ୍କାରେ ହେବା। କିଲୋମିଟର ପ୍ରତି ମାତ୍ର ୨୦ ପଇସା ଖର୍ଚ୍ଚ ହେବ। କମ୍ପାନୀ ଆଶା କରୁଛି ଯେ ଏହି ଗାଡି ଦେଶର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଲୋକଙ୍କ ପାଇଁ ଖୁବ୍ ଲାଭଦାୟକ ହେବ। ଏହି ସ୍କୁଟର ଛାତ୍ର ଛାତ୍ରୀଙ୍କ ପାଇଁ ଏକ ଭଲ ଗାଡ଼ି ବୋଲି କମ୍ପାନୀ କହିଛି ।

ତେବେ କାନୋପସ୍ ର ଚାରିଟି ମଡେଲର ମାର୍କେଟରେ ମିଳିବ। କମ୍ପାନୀର କହିବାନୁସାରେ ଏହି ମଡେଲ ଗୁଡ଼ିକ ହେଇଛି ଅରୋରା, ସ୍କାରଲେଟ୍, କୋଲେଟ୍ ଏବଂ ଭାଲେରିଆ ।କାନୋପସ୍ ଇ-ସ୍କୁଟରରେ ଅନେକ ପ୍ୟାଟେଣ୍ଟେଡ୍ ଜର୍ମାନ ଏବଂ କୋରିଆ ଟେକ୍ନୋଲୋଜି ମାଧ୍ୟମରେ କାମ କରାଯାଇଛି। ଯେପରିକି ଟ୍ରାନ୍ସମିସନ୍ ପାଇଁ CAMIVT ଟେକ୍ନୋଲୋଜି, କଣ୍ଟ୍ରୋଲର୍ ପାଇଁ FOC ଟେକ୍ନୋଲୋଜି, ଟେଲର୍ ନିର୍ମିତ ମୋଟର, ଅଧିକ ସମୟ ଚାର୍ଜ କରିବା ଭଳି ଫର୍ମାଟରେ ଏହି ଗାଡ଼ିକୁ ତିଆରି କରାଯାଇଛି।

ଅହମ୍ମଦାବାଦରେ କେନୋପସ୍ ଆର ଆଣ୍ଡ ଡି ସେଣ୍ଟର ପ୍ରତିଷ୍ଠା କରାଯାଇଛି ଏବଂ କମ୍ପାନୀ ରାଜସ୍ଥାନରେ ଏହାର ଏକ ପ୍ରଡକ୍ସନ ୟୁନିଟ୍ ଆରମ୍ଭ କରିବାକୁ ଯୋଜନା କରୁଛି।
ଏହି ସ୍କୁଟରରେ ଅତ୍ୟାଧୁନିକ ଟେ୍ନୋଲୋଜି ବ୍ୟବହାର କରାଯାଇଛି। ଯେମିତିକି ଆଇଓଟି ଆଧାରିତ ଟେଲିମାଟିକ୍ସ ସ୍ମାର୍ଟ TFT ଡ୍ୟାସବୋର୍ଡ ଏବଂ ମୋବାଇଲ୍ ଆପ୍ ଯାହା ଡ୍ରାଇଭିଂ କଣ୍ଡିସନ, ବ୍ୟାଟେରୀ କଣ୍ଡିସନ ଓ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସାହାଯ୍ୟ କରିବ। ଏହି ଗାଡ଼ି ୩୯ ମିନିଟରେ ୮୦ ପ୍ରତିଶତ ଚାର୍ଜ ହେବା। ଏହା ଥରେ ଚାର୍ଜ ହେଲେ ୩୦ ରୁ ୪୦ କିଲୋମିଟର୍ ଚାଲିବ ପରେ ୪୦ ରୁ ୬୦ କିଲୋମିଟର ଚାଲିବ ବୋଲି କମ୍ପାନୀ କହିଛି। କିନ୍ତୁ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.