ସତରେ ନିଆରା ! ବିବାହ ମଣ୍ଡପରୁ ଉଠି ମତଦାନ ପାଇଁ ସଚେତନ କରିବାକୁ ବାହାରିଗଲେ ବର-କନ୍ୟା, ଲୋକଙ୍କୁ ବୁଝାଇଲେ ଭୋଟ୍‌ର ମୂଲ୍ୟ

ନବ ବିବାହିତ ବର-କନ୍ୟା କଲେ ମତଦାନ ପ୍ରଚାର। ଲୋକଙ୍କୁ ନିଜ ମୂଲ୍ୟବାନ ଭୋଟ୍‌ ଦେବାକୁ କଲେ ଉତ୍ସାହିତ। ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଏଠାରେ ଜିଲ୍ଲା ପ୍ରଶାସନ ଭୋଟଦାତାଙ୍କ ମଧ୍ୟରେ ସଚେତନତାସୃଷ୍ଟି କରିବାକୁ ଏଭଳି ଏକ ନିଆରା ପ୍ରୟାସ କରିଛି। ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଏଠାରେ ମତଦାତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏ ଅବସରରେ ସ୍ଥାନୀୟ ଅଞ୍ଚଳରେ ଯେତେ ବି ବିବାହ ହୋଇଛି, ସେ ସମସ୍ତ ବର କନ୍ୟାଙ୍କୁ ଡାକି ମତ ଦାନ ପାଇଁ ଶପଥ ପାଠ କରାଯାଇଛି। ଏଥିସହ ବର କନ୍ୟା ମଧ୍ୟ ମଞ୍ଚକୁ ଆସି ଫେବ୍ରୁଆରୀ ୨୩ରେ ମତ ଦାନ କରିବାକୁ ଲୋକଙ୍କୁ ବୁଝାଇଛନ୍ତି।

ଏଠାରେ ପାଖାପାଖି ୧୨ ଯୋଡ଼ା ନବ ଦମ୍ପତି ବିବାହ କାର୍ଯ୍ୟ ମଧ୍ୟରେ ଲୋକଙ୍କୁ ସଚେତନ କରିବାକୁ ବାହାରିଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ଗୋଲାପ ଗଛ ଦେଇ ସ୍ୱାଗତ କରିଥିଲେ ଓ ନୂଆ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ। ଏ ଅବସରରେ ନବ ବିବାହିତ ଯୋଡ଼ି କହିଥିଲେ ଯେ ଆଗାମୀ ଫେବ୍ରୁଆରୀ ୨୩ରେ ଆମେ ସମସ୍ତେ ଭୋଟ୍‌ ଦେବୁ। ଏଥିସହ ପରିବାର ଲୋକ ଓ ପରିଚିତଙ୍କୁ ବି ସଚେତନ କରିବୁ। ଏହି କାର୍ଯ୍ୟକ୍ରମରେ ନବ ଦମ୍ପତିମାନେ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।

Couple Vote
Image Credit: News NCR

ଏ ଅବସରରେ ଜିଲ୍ଲାପାଳ ସମସ୍ତ ନବ ବିବାହିତ ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାରେ ୭୫ ପ୍ରତିଶତ ମତ ଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ତାଙ୍କ କହିବାନୁସାରେ, ନବ ବିବାହିତ ହେଉଛନ୍ତି ଆଗାମୀ ପିଢ଼ିର ଆରମ୍ଭ। ସେମାନେ ଯେମିତି ଚାହିଁବେ ସେମିତି ନିଜ ଆଗାମୀ ପିଢ଼ିକୁ ଗଢ଼ି ତୋଳିବେ। ଏଣୁ ସେମାନେ ପ୍ରଥମେ ମତଦାନ ପ୍ରତି ସଚେତନ ହେବା ଦରକାକ। ସେମାନେ ସଚେତନ ହେଲେ ଲୋକଙ୍କୁ ସଚେତନ କରିପାରିବେ। ଏଣୁ ପ୍ରଶାସନ ପକ୍ଷରୁ ବିବାହ କାର୍ଯ୍ୟକ୍ରମରେ ଏହି ସଚେତନତା କରିବାକୁ ଚିନ୍ତା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.