ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇ ରାଷ୍ଟ୍ରପତି କହିଲେ ଜଗତ କଲ୍ୟାଣ ପାଇଁ କାର୍ଯ୍ୟ କରିବା ମହତ୍ତ୍ୱପୂର୍ଣ୍ଣ

ପୁରୀ(କେନ୍ୟୁଜ୍):  ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳ ୧୦ଟା ୩୫ରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କରିଥିଲେ । ଆଳତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି । ଏହାପରେ ଶରଧାବାଲି ଯାଇ ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇଥିଲେ । ତାଙ୍କ ସହ ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ଗଣେଣୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ରାଜଭବନରୁ ଶରଧାବାଲି ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷା ପାଇଁ ପ୍ରାୟ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

president 2

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜ୍ୟପାଳ ପ୍ରଫସର ଗଣେଣୀ ଲାଲଙ୍କ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗତକାଲି ସଂଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି । ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତି ଅଭିଭାଷଣ ଦେଇ କହିଛନ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଁ ବହୁତ ଖୁସି। ‘ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ମୋ ପାଇଁ ସୌଭାଗ୍ୟ। ଜଗତ କଲ୍ୟାଣ ପାଇଁ କାର୍ଯ୍ୟ କରିବା ମହତ୍ତ୍ୱପୂର୍ଣ୍ଣ। ବିଶ୍ୱର ବିଭିନ୍ନ ଆସ୍ଥା ପଛରେ ରହିଛି ଇଶ୍ୱର ଭକ୍ତି। ଶ୍ରୀ ଚୈତନ୍ୟଙ୍କ ଆଦର୍ଶରେ ଅନେକ ଭକ୍ତି ମାର୍ଗ ବାଛିଛନ୍ତି। ସବୁ ଧର୍ମର ଲୋକଙ୍କୁ ପ୍ରଭାବିତ କରିପାରିଥିଲେ ଶ୍ରୀ ଚୈତନ୍ୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.