Below header

CBI ରେ ଚାକିରି ସୁଯୋଗ, ଦରମା ୪୦ ହଜାର, ଏବେ ହିଁ କରନ୍ତୁ ଆବେଦନ

ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(CBI)ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ସିବିଆଇରେ କେତେକ ପଦ ପାଇଁ ନିଯୁକ୍ତି ବାହାରିଛି। ଏହି ନିଯୁକ୍ତି ପ୍ରକ୍ରିୟା କନ୍‌ସଲଟାଣ୍ଟ ପଦ ପାଇଁ ହେବ। ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀ ୧୫ ଜୁଲାଇ,୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ପଦ ପାଇଁ ଅବସରପ୍ରାପ୍ତ ପୋଲିସ ଇନ୍‌ସପେକ୍ଟର ବା ତା ଉପର ପଦବୀରୁ ରିଟାୟର ହୋଇଥିବା ପୋଲିସ ଅଫିସର ହିଁ ଆବେଦନ କରିପାରିବେ।

ଯୋଗ୍ୟତା:

ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ନିକଟରେ କେନ୍ଦ୍ର କିମ୍ବା ରାଜ୍ୟ ପୋଲିସରେ ୧୦ ବର୍ଷ ଇନ୍‌ଭେଷ୍ଟିଗେସନ୍‌ କାମର ଅନୁଭବ ଥିବା ଅନିବାର୍ଯ୍ୟ। ଏଥିସହ ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍‌ ଥିବା ମଧ୍ୟ ଆବଶ୍ୟକ।

CBI Initiates Inquiry Against an Officer for Allegedly Slapping ...

ଚୟନ ପ୍ରକ୍ରିୟା:

ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ଆଧାରରେ ଚୟନ କରାଯିବ।

ଦରମା:

୪୦ ହଜାର ଟଙ୍କା

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ସିବିଆଇର ଅଫିସିଆଲ ୱେବ୍‌ସାଇଟ୍‌ www.cbi.gov.in କୁ ଯାଇ ଆପ୍ଲାଏ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.