ମେଡିସିନ୍‌ ପରେ ଏବେ ରସଗୋଲା ଓ ଗୋଲାପ ଜାମୁ ବିକୁଛନ୍ତି ରାମଦେବ, ଗାଈ କ୍ଷୀର ଓ ଗୋଲାପ ଜଳରେ ତିଆରି କରିଥିବା ଦାବି

ଏମ୍‌ଏଫ୍‌ସିଜି ସେକ୍ଟର ଠାରୁ ଆରମ୍ଭ କରି ହର୍ବାଲ ପ୍ରଡକ୍ଟ ଯାଏଁ ସବୁ ପ୍ରକାରର ଦ୍ରବ୍ୟ ବିକ୍ରି କରୁଥିବା ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଏବେ ମିଠା ବିକ୍ରି କରୁଛି। ପତଞ୍ଜଳି ଗୋଲାପ ଜାମୁ ଓ ରସଗୋଲା ବିକ୍ରି ଆରମ୍ଭ କରିଦେଇଛି। ପତଞ୍ଜଳି ଆୟୁର୍ବେଦ ଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛି।

ଭୋକାଲ ଫର ଲୋକାଲ ଓ ଗୋଲାପ ଜାମୁନ ହ୍ୟାସ୍‌ଟ୍ୟାଗ୍‌ ସହ କରାଯାଇଥିବା ଏହି ଟ୍ଵିଟ୍‌ରେ ପତଞ୍ଜଳି ସୂଚନା ଦେଇଛି ଯେ ଗାଈ କ୍ଷୀର ଓ ଗୋଲାପ ଜଳରେ ଗୋଲାପ ଜାମୁ ତିଆରି କରାଯାଇଛି।

Gulab jamun vs rasgulla: Which is healthier? | The Times of India

ସୂଚନାଯୋଗ୍ୟ ଯେ ନିକଟରେ କରୋନା ଔଷଧ କୋରୋନିଲ୍‌ ତିଆରି କରି ପତଞ୍ଜଳି ବିବାଦ ଘେରକୁ ଠେଲି ହୋଇଯାଇଥିଲା। ବିବାଦ ବଢ଼ିବାରୁ ପତଞ୍ଜଳି ଏହାକୁ କରୋନା ଔଷଧ ବଦଳରେ ଇମ୍ୟୁନିଟି ବୁଷ୍ଟର ଭାବେ ବିକ୍ରି କରିବା ଆରମ୍ଭ କରିଥିଲା। ତେବେ କେବଳ କରୋନିଲ୍‌ ନୁହେଁ ପତଞ୍ଜଳି ଚ୍ୟବନ୍‌ପ୍ରାଶକୁ ମଧ୍ୟ ଇମ୍ୟୁନିଟି ବୁଷ୍ଟର ଭାବେ ବିକ୍ରି କରୁଛି।