Below header

ପବନରେ ସାଇକେଲ୍ ଉଡାଇ ବିଲ୍ଡିଂ କାନ୍ଥରେ ଷ୍ଟଣ୍ଟ ଦେଖାଇଲେ ଯୁବକ, ଦେଖନ୍ତୁ ମଜାଦାର୍ ଭିଡିଓ

ସୋସିଆଲ ମିଡିଆରେ ପ୍ରତ୍ଯେକ ଦିନ କିଛି ନା କିଛି ନୂଆ ନୂଆ ଭିଡିଓ ଭାଇରାଲ ହୋଇଥାଏ। ଏଭଳି ଆପଣମାନେ ତ ଅନେକ ଭୟଙ୍କର ଷ୍ଟଣ୍ଟ ଦେଖିଥିବେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲୋକମାନେ ସାଇକେଲ୍ ଏବଂ ବାଇକ୍ ରେ ଭୟଙ୍କର ଷ୍ଟଣ୍ଟ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ଯକ୍ତି ସାଇକେଲକୁ ପବନରେ ଉଡାଇ ଘରର କାନ୍ଥରେ ଚଲାଇବାର ନଜର ଆସିଛନ୍ତି। ଆଜ୍ଞା ହଁ ଏହି ଭିଡିଓ ଆପଣ ଦେଖିଲେ ବି ଆଶ୍ଚର୍ଯ୍ଯ ହୋଇଯିବେ। ଏହି ଭିଡିଓକୁ ଟ୍ବିଟରରେ ସିସିଟିଭି ଇଡଟସ୍ ନାମକ ଜଣେ ବ୍ଯକ୍ତି ସେୟାର କରିଛନ୍ତି।

ଭିଡିଓରେ ବ୍ଯକ୍ତି ଜଣକ ରୋଡରେ ସାଇକେଲ ଚଲାଇ ଆସୁଥିବା ବେଳେ ହଠାତ୍ ପବନରେ ସାଇକେଲକୁ ଉଡାଇ ଘରର କାନ୍ଥରେ ଚଲାଇଛନ୍ତି। ଏହି ଭିଡିଓଟି ଗତକାଲି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୭୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ଏଥିସହ ୨ହଜାରରୁ ଅଧିକ ଲୋକ ଲାଇକ୍ କରିବା ସହ ୪୦୦ ରୁ ଅଧିକ ରିଟ୍ବିଟ ମଧ୍ଯ ହୋଇସାରିଛି। ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରିବା ସହ ନିଜର ପ୍ରତିକ୍ରିୟା ମଧ୍ଯ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.