ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୨୪ ହଜାର ୮୭୯ ନୂଆ ଆକ୍ରାନ୍ତ: ମହାରାଷ୍ଟ୍ର ଦିଲ୍ଲୀରେ ବିଗିଡିବାରେ ଲାଗିଛି ସ୍ଥିତି

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୨୪ ହଜାର ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାସହିତ ୪୮୭ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏଯାଏ କରୋନାରେ ମୃତ୍ୟୁସଂଖ୍ୟା ୨୧ହଜାର ୧୨୯କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଦିଲ୍ଲୀରେ ବିଗିଡିବାରେ ଲାଗିଛି ସ୍ଥିତି। ଏପଟେ ନେଇ ରଖିଛନ୍ତି କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । କହିଛନ୍ତି ଭାରତ ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର । ବିଶ୍ୱରେ ପ୍ରତି ୧୦ ଲକ୍ଷରେ କୋଭିଡ କେସ ହେଉଛି ୧୫ ଶହ । ତେବେ ଭାରତରେ ଏହା ୫୩୮ ରହିଛି ।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପିଥିବାବେଳେ ୯ହଜାର ୪୪୮ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌। ଅନ୍ଯପଟେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଥିବାବେଳେ ୩ହଜାର ୨୧୩ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ୭ଲକ୍ଷ ୬୭ହଜାର ୨୯୬ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ଲକ୍ଷ ୭୬ହଜାର ୩୭୮ଜଣ ସୁସ୍ଥ ହେଲେଣି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.