ସହାୟତା ନ ମିଳିବାରୁ ପରିବା ବିକି ପ୍ରତିବାଦ କଲେ ଆଇନଜୀବୀ

କଟକ; ଆଇନଜୀବୀଙ୍କ ଅଭିନବ ପ୍ରତିବାଦ। ଏଥର ହଟ୍ଟଗୋଳ କିମ୍ବା ରାସ୍ତା ରୋକ କରି ନୁହେଁ ବରଂ ପରିବା ବିକ୍ରି କରି କିଛିଟା ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଲେ ଓକିଲ ସଂଘ । କଟକ ସ୍ଥିତ “ହାଇକୋର୍ଟ ବାର ଆସୋସିଏସନ” ସମ୍ମୁଖରେ ପରିବା ବିକି ଅଭିନବ ଶୈଳୀରେ ପ୍ରତିବାଦ କଲେ ଆଇନଜୀବୀ । ୧୦ ବର୍ଷରୁ କମ ପ୍ରାକଟିସ ଥିଲେ ବି ସହାୟତା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ରାଜ୍ୟ ଆଇନଜୀବୀ ପରିଷଦ । ପ୍ରତିଶୃତିକୁ ଅନେକ ଦିନ ବିତି ଯାଇଥିଲେ ବି ପରିଷଦ ତରଫରୁ କୌଣସି ସହାୟତା ନ ମିଳିବାରୁ ଏଭଳି ପ୍ରତିବାଦ କରିବା ଆରମ୍ଭ କରିଛନ୍ତି ଓକିଲ । କିନ୍ତୁ ଏହି ଘଟଣା ନେଇ ‘ବାର ଆସୋସିଏସନ୍‌’ ତରଫରୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳି ପାରିନାହିଁ ।

କହିରଖିବା ଉଚିତ ହେବକି, ଆସନ୍ତା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର ସମସ୍ତ କାର୍ଯ୍ୟ ବନ୍ଦ ରହିବ । ପୂର୍ବରୁ କଟକ ସହରରେ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଥିବା ବେଳେ ହାଇକୋର୍ଟ କାର୍ଯ୍ୟକୁ ମଧ୍ୟ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.