Below header

କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବୃଦ୍ଧି ହୋଇପାରେ ମହଙ୍ଗା ଭତ୍ତା

ନୂଆବର୍ଷରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ନେଇ ଆସୁଛନ୍ତି କେନ୍ଦ୍ର ସରକାର । ଦରବୃଦ୍ଧିକୁ ଦେଖି ସରକାର ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା (Dearness allowance hike) ବୃଦ୍ଧି କରିବାକୁ ଯାଉଛନ୍ତି । ଏହାକୁ ଗତ ବର୍ଷ କରୋନା ମହାମାରୀ କାରଣରୁ ହୋଲ୍ଡରେ ରଖାଯାଇଥିଲା। ଏମିତିରେ ଆଶା କରାଯାଉଛି ଯେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇବାକୁ ଯୋଜନା କରୁଛନ୍ତି। ସରକାର ଏଭଳି ନିଷ୍ପତ୍ତି ନେଲେ ୫୦ ଲକ୍ଷ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କେନ୍ଦ୍ର ଏବେ ସୁଦ୍ଧା ଡିଏ ବୃଦ୍ଧିକୁ ନେଇ କୌଣସି ଅଫିସିଆଲ ଘୋଷଣା କରିନାହିଁ। ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତ ରହିଛି । ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବେ । ମାତ୍ର କରୋନା ଭାଇରସ୍ ଯୋଗୁଁ ଏହାକୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ମହାଙ୍ଗା ଭତ୍ତାର ହିସାବ ସପ୍ତମ ବେତନ କମିଶନ ଆଧାରରେ କରାଯିବ ।

ସରକାର ବର୍ଷରେ ଦୁଇ ଥର ବୃଦ୍ଧି କରନ୍ତି କର୍ମଚାରୀଙ୍କ ବେତନ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସରକାର ନିଜ କର୍ମଚାରୀଙ୍କର ବେତନ ଦୁଇ ଥର ବୃଦ୍ଧି କରନ୍ତି। ସାଧାରଣତଃ ସରକାର ପ୍ରତ୍ୟେକ ବର୍ଷ ଜାନୁଆରୀ ପହିଲା ଏବଂ ଜୁଲାଇ ପହିଲାରେ ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.