Below header

7th pay commission : ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବେ କେନ୍ଦ୍ର ସରକାର, ଜାଣନ୍ତୁ କେବେ ମିଳିବ ଆପଣଙ୍କୁ ଫାଇଦା

କୋରୋନା କାରଣରୁ ଅନେକ କିଛି ବଦଳି ଯାଇଛି । ସାଂସଦ, ବିଧାୟକ, ସୁପ୍ରିମକୋର୍ଟର ବିଚାରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦରମା ହ୍ରାସ କରାଯାଇଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କଟାଯାଇ ନଥିଲା, କିନ୍ତୁ ସରକାର ସେମାନଙ୍କୁ ପ୍ରତିବର୍ଷ ଦେଉଥିବା ମହଙ୍ଗା ଭତ୍ତା (DA)କୁ ବନ୍ଦ କରିଦେଇଥିଲେ । ତେବେ ଏବେ କିନ୍ତୁ ସେମାନଙ୍କ ପାଇଁ ଏକ ବହୁତ ଖୁସି ଖବର ଆଣିଛନ୍ତି ସରକାର। କେବଳ ସରକାରୀ କର୍ମଚାରୀଙ୍କର ନୁହେଁ, ବରଂ ପେନସନଭୋଗୀଙ୍କ ପାଇଁ ମଧ୍ୟ ଏହି ଖୁସି ଖବର ।

କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ ଜାନୁୟାରୀରୁ ନେଇ ଆସନ୍ତା ବର୍ଷ ଜୁଲାଇ ପର୍ଯ୍ୟନ୍ତ ସେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବନ୍ଦ କରୁଛନ୍ତି ଏବଂ ଏହି ଭତ୍ତା ଆସନ୍ତା ବର୍ଷ ମଧ୍ୟ ମିଳିବ ନାହିଁ । ଯଦିଓ ଏହି ଭତ୍ତା ଉପରେ ଜୁଲାଇ ପର୍ଯ୍ୟନ୍ତ ରୋକ ଲାଗିଛି, କିନ୍ତୁ ଯେତେବେଳେ ଭତ୍ତା ମିଳିବା ଆରମ୍ଭ ହେବ, ସରକାର ଏହାକୁ ୪ ପ୍ରତିଶତ ବୃଦ୍ଧି କରିବେ । ଉଚ୍ଚ ପଦସ୍ଥ ସୂତ୍ର ଅନୁଯାୟୀ, ଜୁଲାଇ ୨୦୨୧ରୁ ଡିଏ ୪ ପ୍ରତିଶତ ବୃଦ୍ଧି ପାଇବ ।

moneyବର୍ତ୍ତମାନ ସମୟରେ କେନ୍ଦ୍ର ସରକାରଙ୍କ ସେବା ଅନୁଯାୟୀ ୫୦ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେହିପରି ସରକାର ପ୍ରାୟ ୬୧ ଲକ୍ଷ ପୂର୍ବତନ କର୍ମଚାରୀଙ୍କୁ ପେନସନ୍ ଯୋଗାଉଛନ୍ତି। ଏହି ପେନସନ ପ୍ରଦାନରେ ବହୁତ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଏଥର କୋରୋନା ମହାମାରୀ ସରକାରଙ୍କ ବଜେଟକୁ ଗଡ଼ବଡ଼ କରିଦେଇଛି ।

କେନ୍ଦ୍ର ସରକାରଙ୍କୁ ପ୍ରତିବର୍ଷ ଟ୍ୟାକ୍ସ ରେଭିନ୍ୟୁରୁ ମିଳୁଥିବା ଅର୍ଥ ବହୁତ କମ୍‌ ହୋଇଯାଇଛି। ଏଥିପାଇଁ ସରକାର କର୍ମଚାରୀଙ୍କୁ ବର୍ଷରେ ଦୁଇ ଥର ଦିଆଯାଉଥିବା ମହଙ୍ଗା ଭତ୍ତାକୁ ଜାରି କରିବା ପାଇଁ ରୋକ ଲଗାଇଥିଲେ। ଆଉ ବର୍ତ୍ତମାନ ସ୍ଥିତି ସାମାନ୍ୟ ସୁଧୁରିବା କାରଣରୁ ସରକାର ତାଙ୍କୁ ନିୟମିତ ଭାବରେ ଭତ୍ତା ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.