ଗ୍ରାହକଙ୍କ ପ୍ରଥମ ପସନ୍ଦ ଓ ବିଶ୍ୱସନୀୟ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯେଉଁଥିରେ ଅନେକ ଗ୍ରାହକ ଯୋଡି ହୋଇ ରହିଛନ୍ତି। ଏଥର ଏସବିଆଇ ଗ୍ରାହକଙ୍କ ସୁବିଧା ପାଇଁ ଏକ ନୂଆ ପ୍ଲାନ ବାହାର କରିଛି। ଯାହାଦ୍ୱାରା ଆପଣ ଘରେ ବସି ବ୍ୟାଙ୍କ ସମ୍ବନ୍ଧୀୟ ନିଜର ସବୁ କାମ କରିପାରିବେ। ଷ୍ଟେଟବ୍ୟାଙ୍କ ଭାରତର ଲାର୍ଜେଷ୍ଟ ପବ୍ଲିକ ସେକ୍ଟର ବ୍ୟାଙ୍କ । ଏହି ବ୍ୟାଙ୍କରେ ଲକ୍ଷାଧିକ ଲୋକ ବିଶ୍ୱାସ କରି ନିଜର ସବୁ ଧନ ରଖିଥାନ୍ତି। ଏମିତିବି କହିପାରିବା ଯେ ଏହି ବ୍ୟାଙ୍କରେ ଲୋକମାନେ ନିଜ ଧନକୁ ସୁରକ୍ଷିତ ଭାବେ ରଖିବାକୁ ବିଶ୍ୱାସ କରିଥାନ୍ତି। ଏବେ ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇ ଁ ନିଷ୍ପତ୍ତି ନେଇଛି।
SBI ଏବେ ନିଜ ଗ୍ରାହକଙ୍କ ପାଇଁ ଅନଲାଇନ ପୋର୍ଟାଲ ଲଞ୍ଚ କରିଛି। କଷ୍ଟମର୍ସ ଏବେ ଏହି ପୋର୍ଟାଲ ଦ୍ୱାରା ଘରେ ବସି ବ୍ୟାଙ୍କ ସମ୍ବନ୍ଧୀୟ ମଲ୍ଟିପୁଲ କାମ କରିପାରିବେ। ଜାଣନ୍ତୁ ଏବେ କେମିତି ଉଠାଇବେ ଫାଇଦା..
ଏସବିଆଇ ବ୍ୟାଙ୍କ ନିଜର ସବୁ କାମକୁ ସଠିକ ଭାବେ କରିଥାଏ। ଗ୍ରାହକଙ୍କୁ ସାଟିସଫାଏ କରିଲା ଭଳି ସବୁ ସୁବିଧା ମଧ୍ୟ ଦେଇଥାଏ। ତେବେ କିଛି କିଛି ସମୟରେ ଆମକୁ ବ୍ୟାଙ୍କରେ ଛୋଟ କାମ ଥାଏ ଯେମିତିକି ଆକାଉଣ୍ଟ ବାଲାନ୍ସ ଚେକ କରିବା ଭଳି କାମ। କିନ୍ତୁ ସେଥିପାଇଁ ଥିବା ପ୍ରୋସିଜ୍ୟୁର ଟିକେ ଅଧିକ ସମୟ ଲାଗେ। ତା ପାଇଁ ଆମକୁ ଏକ୍ସଟ୍ରା ସମୟ ବ୍ୟାଙ୍କକୁ ଦେବାକୁ ପଡେ। କରେଣ୍ଟ ବାଲାନ୍ସ ଚେକ କରିବା ପାଇଁ କନଭିସିଆଲ େଓ୍ଵରେ ମନି ଓ୍ଵିଡ୍ର କରିବା ପାଇଁ କିଛି ପ୍ରୋସିଜ୍ୟୁରକୁ ଫଲୋ କରିବାକୁ ହୋଇଥାଏ। କିନ୍ତୁ ଏବେ ଆମେ ଯେଉଁ େଓ୍ଵ କହିବୁ ତାହା ଖୁବ ସହଜ। ଏହି ଷ୍ଟେପକୁ ଫଲୋ କରି ଆପଣ ନିଜ ଏସବିଆଇ ଆକାଉଣ୍ଟ ବାଲାନ୍ସକକୁ ଚେକ କରିପାରିବେ।
VIA MSG:
ପ୍ରଥମେ ଆପଣ ଗୋଟିଏ ମେସେଜ ଦ୍ୱାରା ଏହା ସମ୍ପର୍କରେ ଜାଣିପାରିବେ। ନିଜର ରେଜିଷ୍ଟ୍ରର ମୋବାଇଲ ନମ୍ବରରେ ଆପଣଙ୍କୁ ‘BAL’ ଲେଖି ୦୯୨୨୩୭୬୬୬୬୬ ନମ୍ବରକୁ ମେସେଜ ପଠାଇବାକୁ ହେବ। ଯଦି ଆପଣଙ୍କ ନମ୍ବର ରେଜିଷ୍ଟ୍ରର ହୋଇନାହିଁ ତେବେ ମେସେଜରେ ‘REGAccount Number’ ଲେଖି ୦୯୨୨୩୪୮୮୮୮୮ ନମ୍ବରକୁ ପଠାଇବାକୁ ହେବ।
Missed Call:
ଅନ୍ୟ ପକ୍ଷରେ ଆପଣ ନିଜର ରେଜିଷ୍ଟ୍ରର ନମ୍ବରରେ ମିସଡ୍ କଲ୍ କରି ବାଲାନ୍ସ ଚେକ କରିପାରିବେ। ଆପଣଙ୍କୁ ୦୯୨୨୩୭୬୬୬୬୬ ନମ୍ବରରେ ମିସଡ୍ କଲ କରିପାରିବେ। ଏହାର ଅଲଟ୍ରାନେଟିଭ ନମ୍ବର ମଧ୍ୟ ରହିଛି ଯାହା ହେଉଛି ୦୯୨୨୩୮୬୬୬୬୬ । ଏହାପରେ ବ୍ୟାଙ୍କ ଆପଣଙ୍କୁ ଏକ ମିନି ଷ୍ଟେଟମେଣ୍ଟ ଦେବ। ଯେଉଁଥିରେ ଆପଣଙ୍କ ବାଲାନ୍ସ ଡିଟେଲ୍ସ ଲେଖାହୋଇଥିବ।
ଅନ୍ୟପକ୍ଷରେ USSD ନମ୍ବର ମଧ୍ୟ ଅଛି ଯାହାକୁ ଅନଷ୍ଟ୍ରକଚର୍ଡ ସପ୍ଲିମେଣ୍ଟାରୀ ସର୍ଭିସ ଡାଟା ନମ୍ବର କୁହାଯାଏ। ଏହା ଆପଣଙ୍କୁ କରେଣ୍ଟ ବାଲାନ୍ସ ସମ୍ପର୍କରେ ସବୁ ସୂଚନା ଦେବ। ଏଥିପାଇଁ ପ୍ରଥମେ ମେସେଜରେ ‘MBSREG’ ଲେଖି ୫୬୭୬୭୬ କିମ୍ବା ୦୯୨୨୩୪୪୦୦୦ ନମ୍ବରରେ ପଠାନ୍ତୁ। ପରେ ଆପଣ ନିଜର ୟୁଜର ଆଇଡି ପାଇବେ। ଏହାପରେ ଆପଣ *595# ନମ୍ବରକୁ ଡାଏଲ କରନ୍ତୁ। ପରେ enquire ଅପସନ୍ କୁ ସିଲେକ୍ଟ କରି ବାଲାନ୍ସ ଚେକ ପାଇ ନିଜର ୟୁଜର ଆଇଡି ଏଣ୍ଟର କରନ୍ତୁ।
ଶେଷରେ ଆପଣ ଏସବିଆଇର ଅଫିସିଆଲ େଓ୍ଵବସାଇଟକୁ ଯାଇ ନିଜର ଆକାଉଣ୍ଟ ବାଲାନ୍ସ ଚେକ କରିପାରିବେ। ବିକଳ୍ପ ଅପସନ୍ ରେ ଆପର ୟୋନୋ ଆପ୍ କୁ ଚୁଜ କରିପାରିବେ। ଏହି ଆପ୍ ସାହାଯ୍ୟରେ ନିଜର ବାଲାନ୍ସ ଇନକ୍ୱାରୀ କରିପାରିବେ।
ସବୁଠୁ ସହଜ ଷ୍ଟେପ ହେଉଛି ନିଜର ଏଟିଏମ ସାହାଯ୍ୟରେ ମଧ୍ୟ ନିଜର ବାଲାନ୍ସ ଚେକ କରିପାରିବେ। ନିଜ ଡେବିଟ କାର୍ଡକୁ ସ୍ଲଟରେ ଇନସର୍ଟ କରାଇ ନିଜର ୪ ଡିଜିଟର ପିନ୍ ଏଣ୍ଟର କରନ୍ତୁ। ଏହାପରେ ଆପଣ ନିଜର ବାଲାନ୍ସ ଚେକ କରିପାରିବେ ।