Below header

ବଲାଙ୍ଗୀର ଜିଲ୍ଲା ସୂଚନା ଅଧିକାରୀଙ୍କ ଆତ୍ମହତ୍ୟା

ବଲାଙ୍ଗୀର(କେନ୍ଯୁଜ୍): ବଲାଙ୍ଗୀର ଜିଲ୍ଲା ସୂଚନା ଅଧିକାରୀଙ୍କ ଆତ୍ମହତ୍ୟା। ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଗତପତିନଗର ବାସଭବନରେ ଆତ୍ମହତ୍ୟା କରିଛନ୍ତି ସିଭିକେ ମାରୁତି ରାଓ। ଗତକାଲି ନିଜ ଘରେ ପଙ୍ଖାରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ।

ଗତକାଲି ହିଁ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାରଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ମୃତଦେହ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ଆତ୍ମହତ୍ୟା ନେଇ ଏକ ମାମଲା ରୁଜୁ କରାଯାଇଛି। ଆତ୍ମହତ୍ୟା ପ୍ରସଙ୍ଗରେ ପୋଲିସ ଏବଂ ପରିବାର ବର୍ଗଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.