ମାସ ଆରମ୍ଭରୁ ଆଶ୍ୱସ୍ତି, କମିଲା ଏଲପିଜି ସିଲିଣ୍ଡର ଦର

ଲଗାତାର ୩ ମାସ ହେଲାଣି ଗ୍ୟାସ ଦାମ୍‌ ବଢୁଥିବାରୁ କମ୍ପାନୀ ଏବେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଏପ୍ରିଲ ୧ ବା ଆଜିଠାରୁ ଏଲପିଜି ସିଲିଣ୍ଡର ଦାମ୍‌ ୩୦.୫୦ ପଇସା କମିଛି । ଏହା କର୍ମସିଆଲ ସିଲିଣ୍ଡର ଦାମରେ ହ୍ରାସ ପାଇଛି ।

ନୂଆ ଆର୍ଥିକ ବର୍ଷରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ଲଗାତାର ୩ ମାସ ହେଲାଣି ଗ୍ୟାସ ଦାମ୍‌ ବଢୁଥିବାରୁ କମ୍ପାନୀ ଏବେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଏପ୍ରିଲ ୧ ବା ଆଜିଠାରୁ ଏଲପିଜି ସିଲିଣ୍ଡର ଦାମ୍‌ ୩୦.୫୦ ପଇସା କମିଛି । ଏହା କର୍ମସିଆଲ ସିଲିଣ୍ଡର ଦାମରେ ହ୍ରାସ ପାଇଛି । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର ୩୦ ଟଙ୍କା ହ୍ରାସ ପାଇଥିବା ବେଳେ ଘରୋଇ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରହିଛି ।

ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ଶସ୍ତା ହୋଇଛି । କୋଲକାତାରେ ୩୨ ଟଙ୍କା ହ୍ରାସ ପାଇଥିବା ବେଳେ ମୁମ୍ବାଇରେ ୩୧.୫୦ ଏବଂ ଚେନ୍ନାଇ ୩୦.୫୦ ଟଙ୍କା ହ୍ରାସ କରାଯାଇଛି । ମୂଲ୍ୟ ହ୍ରାସ ପରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୭୯୫ ଟଙ୍କାରୁ ଖସି ୧୭୬୪.୫୦ ଟଙ୍କାରେ ପହଞ୍ଚିଛି । କୋଲକାତାରେ ଏହି ଗ୍ୟାସ ଦର ୧୯୧୧ ଟଙ୍କା ପରିବର୍ତ୍ତେ ୧୮୭୯ ଟଙ୍କାରେ ଉପଲବ୍ଧ ହୋଇପାରିବ । ମୁମ୍ବାଇ ଏହା ୧୭୪୯ ପରିବର୍ତ୍ତେ ୧୭୧୭.୫୦ ଟଙ୍କାରେ ମିଳିପାରିବ । ତେବେ ଚେନ୍ନାଇରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୯୩୦ ଟଙ୍କାରେ ପହଞ୍ଚିଛି ।

କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ କମିଥିବା ବେଳେ ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରହିଛି । ଘରୋଇ ଗ୍ୟାସ ଦର ସିଲିଣ୍ଡର ପିଛା ଦିଲ୍ଲୀରେ ୮୦୩ ଟଙ୍କା, କୋଲକତାରେ ୮୨୯ ଟଙ୍କା ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.