ନିଜର ୧୦ ନୂଆ କାରକୁ ୧୦୦ ଫୁଟ ତଳକୁ ଫିଙ୍ଗିଦେଲା କମ୍ପାନୀ‌, ଜାଣନ୍ତୁ କାହିଁକି

କାର ନିର୍ମାଣକାରୀ କମ୍ପାନୀ ଭଲ୍‌ଭୋ ସାରା ଦୁନିଆରେ ବେଶ୍ ପରିଚିତ। ଏହି କମ୍ପାନୀ ସାଧାରଣତଃ ଲକ୍ଜ୍ୟୁରୀ ଏବଂ ଦାମୀ କାର ଉତ୍ପାଦନ କରିଥାଏ। କିନ୍ତୁ ଦୁନିଆର ପ୍ରସିଦ୍ଧ ଏବଂ ଲୋକପ୍ରିୟ କମ୍ପାନୀ ଭଲ୍‌ଭୋ ତା’ର ଲକ୍ଜ୍ୟୁରୀ କାରକୁ ୧୦୦ ଫୁଟ୍ ଉଚ୍ଚରୁ ଏକ ଗହିରିଆ ଖାଲକୁ ଫିଙ୍ଗି ଦେଉଥିବା ଦେଖିବାକୁ ମିଳୁଛି । ଏହି ଦୃଶ୍ୟ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ତେବେ ପରେ କମ୍ପାନୀ ପକ୍ଷରୁ ଏହାର କାରଣ ଜଣାପଡିଛି । ଏହି ଅଜବ କାରନାମା କମ୍ପାନୀ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ କରୁଛି । ଗ୍ରାହକଙ୍କ ସୁରକ୍ଷାକୁ ପରଖିବା ପାଇଁ ଏପରି କରାଯାଉଛି ବୋଲି କହିଛି କମ୍ପାନୀ।

volvoଏହି କ୍ରାସ ଟେଷ୍ଟକୁ ଆଧାର କରି କାର୍‌ର ସୁରକ୍ଷା ଦକ୍ଷତା ବଢ଼ାଯାଇ ପାରିବ । ଯେକୌଣସି ବିପଦପୂର୍ଣ୍ଣ ପରିସ୍ଥିତିକୁ କିପରି ସାମ୍ନା କରାଯାଇପାରିବ ସେ ବିଷୟରେ ଏହି ଟେଷ୍ଟରୁ ଅଧିକ ଜାଣିହେବ ବୋଲି କହିଛି କମ୍ପାନୀ । କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂର୍ବରୁ ଏହି କାମ ପାଇଁ ଦୁଇ ଦଶନ୍ଧିର ଗାଡ଼ିକୁ ବ୍ୟବହାର କରାଯାଉଥିଲା। କିନ୍ତୁ କମ୍ପାନୀ ଏଥର ବ୍ରାଣ୍ଡ୍ ନୂଆ କାରକୁ କ୍ରାସ୍ ଟେଷ୍ଟିଂରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛି।

ଭଲ୍‌ଭୋ ଏକ ଟ୍ୱିଟ୍ ସେୟାର କରିଛି, ଯେଉଁଥିରେ ଏହି କାରଗୁଡ଼ିକର କ୍ରାସ୍ ଟେଷ୍ଟିଂ ଭିଡିଓକୁ ସେୟାର କରାଯାଇଛି । ଏହାର କ୍ୟାପ୍ସନରେ ଲେଖାଯାଇଛି, ‘ ଆମେ ଆମର ଆପାତଃକାଳୀନ ସେବା ପାଇଁ ନୂଆ ଟେକ୍ନୋଲୋଜିକୁ ଲଞ୍ଚ୍ କରିବାକୁ ଚାହୁଁଛୁ। ଯେଉଁଥିରେ ଭୟଙ୍କର ଦୁର୍ଘଟଣାରେ ବି ଗାଡ଼ି ଭିତରେ ଫସି ରହିଥିବା ଲୋକଙ୍କୁ ଅତି ସହଜରେ ବାହାରକୁ ଅଣାଯାଇପାରିବ।’

carrକମ୍ପାନୀ ଜଣାଇଛି ଯେ ସଡ଼କ ଦୁର୍ଘଟଣାବେଳେ କେମିତି ଆହତ ଏବଂ ଗୁରୁତରଙ୍କୁ ତୁରନ୍ତ ଗାଡ଼ିରୁ ବାହାର କରାଯାଇ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ପହଁଚାଯାଇପାରିବ, ସେ ନେଇ ରଣନୀତି ତିଆରି କରାଯିବ। ଏହାବ୍ୟତୀତ, ଗମ୍ଭୀର ସ୍ଥିତିରେ କେମିତି ଗାଡ଼ିରୁ ଲୋକଙ୍କୁ ବାହାରକୁ ବାହାର କରାଯିବ ତାକୁ ନେଇ ମଧ୍ୟ କାମ କରାଯାଉଛି। ଏହି କ୍ରାସ୍‌ ଟେଷ୍ଟିଂରେ ଯେଉଁ ରିପୋର୍ଟ ଆସିବ, ତାହାକୁ ରେସକ୍ୟୁ କର୍ମଚାରୀଙ୍କୁ ଦେଇଦିଆଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ସୁଦ୍ଧା କ୍ରାସ୍‌ ଟେଷ୍ଟିଂ ପାଇଁ ୧୦ଟି ବ୍ରାଣ୍ଡ୍ ନିୟୁ କାର୍‌ର ବ୍ୟବହାର କରାଯାଇସାରିଛି। ଏହି ପ୍ରକ୍ରିୟା ବେଳେ ଭୋଲ୍‌ଭୋ କମ୍ପାନୀର ଇଞ୍ଜିନିୟରମାନେ କାରକୁ ତଳକୁ ଖସାଇବାର ଯୋଜନା ସ୍ଥିର କରିଥାନ୍ତି । କାରଣ ଗାଡ଼ିକୁ କେତେ ପ୍ରେସର ବା ଚାପ ସହିତ ତଳକୁ ଖସାଇଲେ ଗାଡ଼ିର ଡ୍ୟାମେଜ୍ ସ୍ତର ବିଷୟରେ ସଠିକ୍‌ ସୂଚନା ମିଳିପାରିବ ବୋଲି କମ୍ପାନୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.