ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ ରାସ୍ତା ନିର୍ମାଣ କରିଥିବା କମ୍ପାନୀ ଦେବ ଜରିମାନା, ବଦଳିଗଲା ଏହି ନିୟମ

ଦେଶର ସଡକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁଯାୟୀ ଏବେ ଯଦି ସଡକ ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ତେବେ ରାସ୍ତା ନିର୍ମାଣ କରିଥିବା କମ୍ପାନୀକୁ ଦୋଷୀ ବୋଲି ଗ୍ରହଣ କରାଯିବ। ଏହାସହିତ ରାସ୍ତା ନିର୍ମାଣ କରିଥିବା କମ୍ପାନୀ ଏବଂ ଠିକାଦାର ଉପରେ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ।

ଏହି ଦୁର୍ଘଟଣାରେ ରାସ୍ତା ନିର୍ମାଣ କରିଥିବା ଇଂଜିନିୟର, କନସଲଟାଣ୍ଟ, ହିତାଧିକାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ସାମ୍ନା କରିବାକୁ ପଡିବ। ସୂଚନା ମୁତାବକ, ମୋଟର ବାହନ ସଂଶୋଧନ ଅଧିନିୟମ ୨୦୨୦ ର ସେକ୍ସନ ୧୯୮-A ଅନୁଯାୟୀ ଏହାର ପ୍ରାବଧାନ ରହିଛି। ଏବେ କିନ୍ତୁ ଏହି ନିୟମ ନ୍ୟାସନାଲ ହାଇେଓ୍ଵ ପାଇଁ ରହିଛି।

photo

ଏହି ଆଇନ ଅନୁଯାୟୀ ସଡକ ଦୁର୍ଘଟଣାରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି। ସରକାର ‘ନେକ୍‌ ଆଦମୀ’ ନାମରେ ଏକ ସଂରକ୍ଷଣ ନିୟମ କରିଛନ୍ତି। ଏହାଯୋଗୁଁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପୋଲିସ ପରିଚୟ ମାଗିବା ଯୋଗୁଁ ଲୋକେ ଡରୁଥିଲେ। କିନ୍ତୁ ଏହି ନିୟମ ଅନୁସାରେ ଆଉ ପୋଲିସ ସାହାଯ୍ୟକାରୀଙ୍କ ପରିଚୟ ମାଗିବା ବାଧ୍ୟତାମୂଳକ ନୁହେଁ। ସରକାର ମୋଟର ବାହନ ସଂଶୋଧନ ଅଧିନିୟମ ୨୦୧୯ରେ ଏକ ନୂଆ ଧାରା ୧୩୪(ଏ)କୁ ଯୋଡା ଯାଇଛି।

road

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଏକ ବୟାନରେ କହିଛି କି, ଦୁର୍ଘଟଣାରେ ସାହାଯ୍ୟ କରୁଥିବା ଲୋକଙ୍କ ସହିତ ସମ୍ମାନଜନକ ବ୍ୟବହାର କରିବା ଉଚିତ। ସେମାନଙ୍କ ସହିତ ଧର୍ମ, ରାଷ୍ଟ୍ରୀୟତା, ଜାତି ଏବଂ ଲିଙ୍ଗକୁ ନେଇ କୌଣସି ଭେଦଭାବ ହେବା ଉଚିତ ନାହିଁ। ବୟାନ ମୁତାବକ, କୌଣସି ପୋଲିସ ଅଧିକାରୀ କିମ୍ବା ଅନ୍ୟ ବ୍ୟକ୍ତି ସାହାଯ୍ୟକାରୀଙ୍କୁ ତାଙ୍କର ପରିଚୟ, ଠିକଣା କିମ୍ବା ପର୍ସନାଲ ବିବରଣୀ ଦେବାକୁ ବାଧ୍ୟ କରିପାରିବେ ନାହିଁ। କିନ୍ତୁ ସେହି ବ୍ୟକ୍ତି ସ୍ୱଇଚ୍ଛାରେ ନିଜର ଠିକଣା ଦେଇପାରିବେ।

ଏହାଛଡା କୌଣସି ସରକାରୀ କିମ୍ବା ପ୍ରାଇଭେଟ ହସପିଟାଲ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିଥିଲେ ସେମାନଙ୍କ ପର୍ସନାଲ ଡାଟାକୁ ନିଜ େଓ୍ଵବସାଇଟ, ହସପିଟାଲ ପରିସରର ପ୍ରବେଶ ଦ୍ୱାର ଏବଂ ଅନ୍ୟ ସ୍ଥାନରେ ପ୍ରଦର୍ଶିତ କରିବେ। ଏହାଛଡା ହିନ୍ଦୀ, ଇଂଲିଶ ଏବଂ ସ୍ଥାନୀୟ ଭାଷାରେ ପ୍ରଦର୍ଶିତ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.