Below header

ଏହି ବ୍ୟାଙ୍କର ଏଟିଏମ୍‌ରୁ ଆଉ ମିଳିବନି ୨୦୦୦ ଟଙ୍କିଆ ନୋଟ୍‌! ବ୍ୟାଙ୍କ ଅଧିକାରୀ କଲେ ବଡ଼ ଘୋଷଣା

ଏଟିଏମ୍‌ରୁ ଆଉ ବାହାରିବନି ୨୦୦୦ ଟଙ୍କିଆ ନୋଟ୍‌। ବଡ଼ ନୋଟ୍‌ ଭିତରେ କେବଳ ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ହିଁ ଏଟିଏମ୍‌ରୁ ଆଣି ହେବ। ଏଭଳି ଘୋଷଣା କରିଛି ଇଣ୍ଡିଆନ୍‌ ବ୍ୟାଙ୍କ। ଇଣ୍ଡିଆନ୍‌ ବ୍ୟାଙ୍କ ଖୁବ୍‌ଶୀଘ୍ର ଏହି ନିୟମ ଲାଗୁ କରିବାକୁ ଯାଉଛି। ଏନେଇ ବ୍ୟାଙ୍କ ସମସ୍ତ ବ୍ରାଞ୍ଚକୁ ସୂଚନା ଦେଇସାରିଲାଣି। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

indian bank

ଇଣ୍ଡିଆନ୍‌ ବ୍ୟାଙ୍କର କହିବାନୁସାରେ ଗ୍ରାହକମାନେ ୨୦୦୦ଟଙ୍କିଆ ନୋଟ୍‌କୁ ଏଟିଏମ୍‌ରୁ ଉଠାଣ କରିବା ପରେ ଅନ୍ୟସ୍ଥାନକୁ ରେଜା କରିବାକୁ ଯାଇଥାନ୍ତି। ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏନେଇ ବ୍ୟାଙ୍କ ଗତ ଫେବ୍ରୁଆରୀ ୧୭ ତାରିଖରେ ଏକ ସର୍କୁଲାର ଜାରି କରିଥିଲା। ଏହି ସର୍କୁଲାରରେ କୁହାଯାଇଥିଲା ଯେ ଚଳିତ ମାର୍ଚ୍ଚ ୧ ପରେ ଇଣ୍ଡିଆନ୍‌ ବ୍ୟାଙ୍କର ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ୍‌ ରଖାଯାଉଥିବା କ୍ୟାସେଟ୍ସକୁ ଅଚଳ କରିଦିଆଯିବ। କେବଳ ବ୍ୟାଙ୍କର ବ୍ରାଞ୍ଚରେ ହିଁ ଗ୍ରାହକ ୨୦୦୦ ଟଙ୍କିଆ ନୋଟ୍‌ ପାଇପାରିବେ।

2000 rupees

ଏଟିଏମ୍‌ରୁ ୨୦୦୦ ଟଙ୍କିଆ ନୋଟ୍‌ ଉଠାଇବା ପରେ ଗ୍ରାହକ ପୁଣିଥରେ ଏକ୍ସଚେଞ୍ଜ କରିବାକୁ ବ୍ୟାଙ୍କକୁ ଆସୁଛନ୍ତି। ଏଭଳି ସ୍ଥିତିରେ ୨୦୦୦ ଟଙ୍କିଆ ନୋଟ୍‌ ରଖିବାର କୌଣସି କାରଣ ନାହିଁ। ଏଣୁ ବ୍ୟାଙ୍କ ତରଫରୁ ଏହି ନିୟମକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଏଟିଏମ୍‌ରେ ୨୦୦ ଟଙ୍କିଆ ନୋଟ୍‌ର ପରିମାଣକୁ ବଢ଼ାଯିବ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି।

Image result for bank inside

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କୌଣସି ବ୍ୟାଙ୍କ ଏନେଇ କୌଣସି ନିଷ୍ପତ୍ତି ନେଇନଥିବା ବେଳେ ଖୁବ୍‌ଶୀଘ୍ର ସେମାନେ ମଧ୍ୟ ଏହି ନିୟମ ଲାଗୁ କରିପାରନ୍ତି ବୋଲି ଜଣାଯାଇଛି। ରିପୋର୍ଟ ମୁତାବକ ଫାଇନାନ୍ସିଆଲ ସଫ୍ଟ ୱେୟାର ଆଣ୍ଡ ସିଷ୍ଟମ୍ସର ଅଧ୍ୟକ୍ଷ ବି ବାଲାସୁବ୍ରମଣ୍ୟମ୍‌ କହିଛନ୍ତି ଯେ ତାଙ୍କୁ ଏ ନେଇ କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ ଯେ ଏହି କମ୍ପାନୀ ଦେଶର ଏକାଧିକ ବ୍ୟାଙ୍କ ଏଟିଏମ୍‌ରେ ସେବା ଯୋଗାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.