ଶ୍ଳୋକ କହିପାରିଲେନି ଛାତ୍ର, ରାଗରେ ଶିକ୍ଷକ ଏମିତି ପିଟିଲେ ଯେ କୋମାକୁ ଚାଲିଗଲେ ଛାତ୍ର

ଶିକ୍ଷକ ରାଗ ପହଁଚିଲା ଚରମ ସିମାରେ। ଆଉ ନିଜ ରାଗକୁ ନିୟନ୍ତ୍ରର କରିନପାରି ସେ ଯାହା କରିବସିଲେ ତାହା ପାଇଁ ସେ ଜୀବନ ସାରା ପଶ୍ଚାତାପ କରିବେ। ମହାରାଷ୍ଟ୍ର ପୁନେରେ ଜଣେ ଶିକ୍ଷକଙ୍କର ନିର୍ଦ୍ଦୟତା ସାମ୍ନାକୁ ଆସିଛି। ଶିକ୍ଷକ ଜଣଙ୍କ ଜଣେ ଛାତ୍ରଙ୍କୁ ଏତେ ନିର୍ଦ୍ଦୟ ଭାବରେ ବାଡେଇଛନ୍ତି ଯେ ଯାହା ପରେ ଛାତ୍ର ଜଣଙ୍କ କୋମାକୁ ପଳାଇଛି। ଅଭିଯୋଗ ପରେ ଶିକ୍ଷକଙ୍କୁ ଥାନାକୁ ନିଆଯାଇ ପଚରା ଉଚୁରା କରାଯାଉଛି। ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଅଭିଯୁକ୍ତ ଶିକ୍ଷକଙ୍କ ଉପରେ ଧାରା 307 ଅନୁଯାଇ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁଯାୟୀ ଅଭିଯୁକ୍ତ ଶିକ୍ଷକଙ୍କ ନାମ ଭଗବାନ ମହାରାଜ ପୋହାଣ। ପୁନେ ସ୍ଥିତ ଧାର୍ମିକ ଶିକ୍ଷଣୀୟ ସଂସ୍ଥାନରେ ପଢ଼ୁଥିବା ଜଣେ ୧୧ ବର୍ଷର ଛାତ୍ରଙ୍କୁ ଶିକ୍ଷକ ହରିପାଠ (ଶ୍ଳୋକ) ଶୁଣାଇବାକୁ କହିଲେ। ଛାତ୍ର ଜଣଙ୍କ ଶ୍ଲୋକ ଭଲ ଭାବେ ଶୁଣାଇପାରିଲେ ନାହିଁ, ଏହାପରେ ଅଭିଯୁକ୍ତ ଶିକ୍ଷକ ତାଙ୍କୁ ବାଡିରେ ଅତି ନିର୍ଦ୍ଦୟ ଭାବେ ପିଟିଥିଲେ।

ଶିକ୍ଷକ ଜଣଙ୍କ ତାଙ୍କ ହାତ, ଗୋଡ ଏବଂ ଛାତିକୁ ବାଡି ବା ଛଡିରେ ପିଟିଚାଲିଥିଲେ। ସେ ସେତେ ପର୍ଯ୍ୟନ୍ତ ପିଟି ଚାଲିଥିଲେ ଯେତେ ପର୍ଯ୍ୟନ୍ତ ସେ ବେହୋସ ନ ହୋଇଛି। ମାଡ ପରେ ନାବାଳକ ଜଣଙ୍କ ଗମ୍ଭୀର ରୂପରେ ଆହତ ହୋଇଯାଇଥିଲେ। ଯାହାପରେ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲ ନିଆଗଲା, ଯେଉଁଠି ଡାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ।