Below header

ବ୍ୟାଙ୍କ ବୁଡ଼ିଲେ ୯୦ ଦିନ ଭିତରେ ଖାତାଧାରୀ ମାନଙ୍କୁ ମିଳିଯିବ ବୀମା ଟଙ୍କା

ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ ଅପରେଟିଭ ବ୍ୟାଙ୍କ, ୟେସ ବ୍ୟାଙ୍କ, ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପରି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ସରକାର ଏକ ବଡ ଘୋଷଣା କରିଛନ୍ତି । ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଡ଼ିଆଇସିଜିସି ଆକ୍ଟରେ ପରିବର୍ତ୍ତନ ଅଣାଯାଇଛି । ଏହା ଦ୍ୱାରା କୌଣସି ବ୍ୟାଙ୍କ ଯଦି ବୁଡ଼ିଯାଏ ତେବେ ନିୟମ ଅନୁଯାୟୀ ଖାତାଧାରକ ମାନଙ୍କୁ ୯୦ ଦିନ ଭିତରେ ଟଙ୍କା ମିଳିଯାଇପାରିବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାବିନେଟ ବୈଠକରେ ଏବାବଦରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଡିପୋଜିଟ ଇନ୍ସୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ଆକ୍ଟ ବା ଡ଼ିଆଇସିଜିସିର ନୂଆ ସଂଶୋଧନକୁ ଅନୁମତି ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତିକି କ୍ୟାବିନେଟ ଇନ୍ସୁରାନ୍ସ ଆଣ୍ଡ କ୍ରେଡିଟ କର୍ପୋରେସନ ବିଲ, ୨୦୨୧ କୁ ମଞ୍ଜୁରୀ ଦେଇଛନ୍ତି । ଏହି ବିଲକୁ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ କରାଯିବ ।

bank holders

ଏହି ସଂଶୋଧନ ହେବା ପରେ ଖାତାଧାରକ ଓ ନିବେଶକଙ୍କ ଟଙ୍କା ଆଗ ଅପେକ୍ଷା ଅଧିକ ସୁରକ୍ଷିତ ରହିବ । ମଞ୍ଜୁରୀ ମିଳିବା ପରେ କୌଣସି ବ୍ୟାଙ୍କ ବୁଡ଼ିଗଲେ ବୀମାର ଖାତାଧାରୀଙ୍କୁ ୯୦ ଦିନର ସୀମା ଭିତରେ ହିଁ ଅର୍ଥରାଶି ମିଳିଯିବ । ଏହି ନିୟମ ଅଧୀନରେ ସମସ୍ତ କାମର୍ସିୟାଲ, ଗ୍ରାମୀଣ ବ୍ୟାଙ୍କ ମାନ ଆସୁଥିବା ଜଣାଯାଇଛି । ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତିକି, ଏହି ବୀମା ପାଇଁ ପ୍ରିମିୟମ ବ୍ୟାଙ୍କ ମାନେ ହିଁ ଦେଇଥାନ୍ତି, ଗ୍ରାହକ ମାନେ ନୁହେଁ ।କହିରଖିବା ଉଚିତ ହେବକି, ଡ଼ିଆଇସିଜିସି ପ୍ରକୃତରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ସବସିଡାରୀ ଅନୁଷ୍ଠାନ । ଏହା ବ୍ୟାଙ୍କ ଜମା ଉପରେ ବୀମା କଭର ଦେଇଥାଏ ।

ଏବେ ପର୍ଯ୍ୟନ୍ତ ଥିବା ନିୟମ ଅନୁଯାୟୀ ଖାତାଧାରକ ମାନେ ୫ ଲକ୍ଷ ଟଙ୍କାର ବୀମା ଅତି କମରେ ଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ ସମସ୍ତ ପ୍ରକ୍ରିୟା ପୁରଣ ନକରିବା ପର୍ଯ୍ୟନ୍ତ ଟଙ୍କା ମିଳିପାରୁନାହିଁ । ଏହି କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଟଙ୍କା ମିଳିପାରୁନଥିଲା । ଆଉ ଟଙ୍କା ଫେରସ୍ତ କେବଳ ସେହି ଖାତାଧାରକଙ୍କୁ ହିଁ ଦିଆଯାଉଥିଲା ଯେଉଁ ବ୍ୟାଙ୍କର ଲାଇସେନ୍ସ କ୍ୟାନ୍ସଲ ହୋଇଯାଇଥିବ ଅଥବା ବ୍ୟାଙ୍କର ଆସେଟ ଗୁଡିକର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବ । କିନ୍ତୁ ନୂଆ ନିୟମ ଅନୁଯାୟୀ ଗ୍ରାହକଙ୍କୁ ମାତ୍ର ୩  ମାସ ଭିତରେ ହିଁ ଟଙ୍କା ଫେରସ୍ତ ଦିଆଯିବ ବୋଲି ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.