ହୋମ ବ୍ରଡ୍‌ବ୍ୟାଣ୍ଡ ଖୁବଶୀଘ୍ର ହୋଇପାରେ ଶସ୍ତା, ମିଳିବ ଏହିସବୁ ଫାଇଦା

ଆଗାମୀ ଦିନମାନଙ୍କରେ ହୋମ୍ ବ୍ରଡବ୍ୟାଣ୍ଡ ଶସ୍ତା ହୋଇପାରେ । ଏହାର କାରଣ ସରକାର ଫିକ୍ସ୍ଡ ଲାଇନ୍ ବ୍ରଡବ୍ୟାଣ୍ଡ ସେବାର ଲାଇସେନ୍ସ ଫିସକୁ କମ୍ କରିବାନେଇ ଏକ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ଯଦି ଏମିତି ହେବ ତେବେ ଇଣ୍ଟରନେଟ୍ ସେବାର ବିସ୍ତାର ହେବ ଏବଂ ଏହାର ଦାମ୍ ମଧ୍ୟ କମିଯିବ ।

internet

 

ଏକ ରିପୋର୍ଟ ଅନୁଯାୟୀ ପ୍ରସ୍ତାବିତ ଯୋଜନାରେ ଫିକ୍ସଡ୍ ଲାଇନ୍ ବ୍ରଡବ୍ୟାଣ୍ଡ ସେବା ଉପରେ ସ୍ଥିର AGR ଅଧୀନରେ ଅସୁଲ ହେଉଥିବା ଲାଇସେନ୍ସ ଶୁଳ୍କ ହ୍ରାସ କରାଯାଇ ବର୍ଷକୁ ୧ ଟଙ୍କା ହୋଇପାରେ। ଏହି ପରିପ୍ରେକ୍ଷୀରେ ପ୍ରସ୍ତୁତ ନୋଟ୍ ଅନୁଯାୟୀ, ବର୍ତ୍ତମାନ ଲାଇସେନ୍ସ ଶୁଳ୍କ AGR ର ୮% ହିସାବରେ ଗଣନା କରାଯାଇଛି | ଏହାର ମୂଲ୍ୟ ବାର୍ଷିକ ୮୮୦ କୋଟି ଟଙ୍କା ।

home

କମର୍ସିଆଲ ଗ୍ରାହକଙ୍କୁ ମିଳିବନି ଲାଭ । କେବଳ ବ୍ରଡବ୍ୟାଣ୍ଡକୁ ଶସ୍ତା କରିବା ପାଇଁ ଏହି ପ୍ରସ୍ତାବ ଅଣାଯାଉଛି ବୋଲି କୁହାଯାଉଛି । ଏହା ବୃହତ କର୍ପୋରେଟ୍ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଭଳି ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ସୂଚନାନୁସାରେ, ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କୁ ୫୯୨୭ କୋଟି ଟଙ୍କା ରାଜସ୍ୱ କ୍ଷତି ହେବ ବୋଲି ଆକଳନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.