ଭାରତ ଓ ଚାଇନା ଉପରେ କାହିଁକି ଖପ୍ପା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ? ଜାଣନ୍ତୁ କ’ଣ ରହିଛି କାରଣ

ୱାଶିଂଟନ୍‌: ଏବେ ଟ୍ରମ୍ପ ଉଭୟ ଭାରତ ଓ ଚାଇନା ଉପରେ ଖପ୍ପା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ଚାଇନା ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଭାରତ ଓ ଚାଇନା ବିକାଶଶୀଳ ରାଷ୍ଟ୍ର ବୋଲି ଡବ୍ଲ୍ୟୁଟିଓ(WTO)ରୁ ଟ୍ୟାଗ ପାଇଛନ୍ତି। କିନ୍ତୁ ସେମାନେ ବିକାଶଶୀଳ ନୁହନ୍ତି ବରଂ ବିକଶିତ। ତେଣୁ ବିକାଶଶୀଳ ରାଷ୍ଟ୍ରର ଟ୍ୟାଗ ପାଇ ସେମାନେ ବହୁ ସୁବିଧା ହାସଲ କରୁଥିବା ସେ କହିଛନ୍ତି। ଯାହା ଆଗକୁ ସେ କରିବାକୁ ଦେବେନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ବର୍ତ୍ତମାନ ଚାଇନା ଓ ଆମେରିକା ମଧ୍ୟରେ ‘ଟ୍ରେଡ୍‌ ୱାର’ ତୀବ୍ର ହେବାରେ ଲାଗିଛି। ଟ୍ରମ୍ପ ପ୍ରଶାସନ ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିଥିବା ବେଳେ ବେଜିଂ ମଧ୍ୟ ଆମେରିକାର ସାମଗ୍ରୀ ଉପରେ ସମାନ ନୀତି ଅବଲମ୍ବନ କରିଛି। ଭାରତ ମଧ୍ୟ ଆମେରିକା ସାମଗ୍ରୀ ଉପରେ ସୀମା ଶୁଳ୍କ ପରିମାଣକୁ ବଢ଼ାଇଛି। ଟ୍ରମ୍ପ କହିଛନ୍ତି, “ୱାର୍ଲଡ ଟ୍ରେଡ୍‌ ସେଣ୍ଟର କେମିତି ଗୋଟିଏ ଦେଶକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦିଏ, ତାହା ପ୍ରଥମେ ସ୍ପଷ୍ଟ କରୁ। ଡବ୍ଲ୍ୟୁଟିଓ ଚାଇନା, ଭାରତ ଓ ତୁର୍କୀ ଭଳି ଦେଶକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଥିବାରୁ ଏମାନେ ବହୁ ସୁବିଧା ସୁଯୋଗ ହାସଲ କରୁଛନ୍ତି।