ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ମୋଦିଙ୍କ ନାରା, ଟଙ୍କାକୁ ନାଁ ଡିଜିଟାଲ ପେମେଣ୍ଟକୁ ହଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଡିଜିଟାଲ ଇଣ୍ଡିଆ ଗଠନ କରିବା ପାଇଁ ନାରା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଡିଜିଟାଲ ପେମେଣ୍ଟକୁ ନେଇ ନଗଦ ପେମେଣ୍ଟକୁ ନା କରିବା ସହ ଡିଜିଟାଲ ପେମେଣ୍ଟକୁ ହଁ କହିବା ପାଇଁ କହିଛନ୍ତି। ବର୍ତ୍ତମାନ ଏହି ନିୟମ ଅବଲମ୍ବନ କରିବାର ସମୟ ଆସି ସାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଭାରତକୁ ପ୍ଲାଷ୍ଟିକ୍‌ମୁକ୍ତ କରାଇବା ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଅକ୍ଟାବର ୨ରେ ଗାନ୍ଧୀ ଜୟନ୍ତି ଅବସରରେ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଦେ ଦୋକାନୀମାନଙ୍କୁ ଦୋକାନ ସାମ୍ନାରେ ଏକ ବୋର୍ଡରେ ଗ୍ରାହକମାନଙ୍କ ପାଇଁ ଦୟାକରି ନିଜେ ବ୍ୟାଗ ନେଇ ଆସନ୍ତୁ ବୋଲି ଲେଖି ରଖିବା ପାଇଁ କହିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଜନସାଧାରଣମାନଙ୍କୁ ମଧ୍ୟ ପ୍ଲାଷ୍ଟିକ ଜିନିଷ ବ୍ୟବହାର ନ କରିବା ପାଇଁ ମନା କରିଛନ୍ତି।

ଏହାସହ ପଢନ୍ତୁ: ଦେଶ ପାଳୁଛି ୭୩ତମ ସ୍ୱାଧୀନତା ଦିବସ, ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ସେହିପରି ପାଞ୍ଚ ଟ୍ରିଲିୟନ ଅର୍ଥବ୍ୟବସ୍ଥା ମଧ୍ୟ ଅନେକ ଲୋକମାନଙ୍କୁ କଷ୍ଟକର ଲାଗିପାରେ। କିନ୍ତୁ ଆମେମାନେ ଯଦି ଏପରି ନଭାବିବା ତେବେ ଦେଶ କିପରି ଆଗକୁ ବଢିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶ ମୁକ୍ତ ହେବାର ୭୦ ବର୍ଷ ମଧ୍ୟରେ ଦେଶ ଦୁଇ ଟ୍ରିଲିୟନରେ ପହଞ୍ଚିଥିଲା। ପୁଣିଥରେ ୨୦୧୪ ରୁ ୧୯ ମଧ୍ୟରେ ଆମେମାନେ ୨ ରୁ ୩ ଟ୍ରିଲିୟନ ପର୍ଯ୍ୟନ୍ତ ପହଞ୍ଚିପାରିଛୁ। ସେହିପରି ଯଦି ଦେଶବାସୀ ସମସ୍ତେ ମିଶି କାମ କରନ୍ତି ତେବେ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା କଷ୍ଟକର ହେବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।