ଆମାଜନର ଭାରତୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ସ୍ପେଶାଲ ବୋନସ

ଇ-କର୍ମସ କମ୍ପାନୀ ଆମାଜନ ଭାରତୀୟ କର୍ମଚାରୀଙ୍କ ପାଇଁ ସ୍ପେଶାଲ ବୋନସ ଦେବାକୁ ଘୋଷଣା କରିଛି। ଏହି ସ୍ପେଶାଲ ବୋନସରେ ଆମାଜନର ଭାରତୀୟ କର୍ମଚାରୀଙ୍କୁ ୬ ହଜାରରୁ ଉର୍ଦ୍ଧ୍ବ ଟଙ୍କା ମିଳିବ। କମ୍ପାନୀ ନିଜର ଏକ ବ୍ଲଗପୋଷ୍ଟ ଜରିଆରେ ଜଣାଇଛି ଯେ, ଭାରତୀୟ କର୍ମଚାରୀଙ୍କୁ ବୋନସ ଦେବାକୁ ଯାଉଛି କମ୍ପାନୀ ।

ପ୍ରଚାର ଅଭିଯାନ ‘ମେକ୍ ଆମାଜନ ପେ’ ମଧ୍ୟରେ କମ୍ପାନୀ ଏହା ଘୋଷଣା କରିଛି। ଆମାଜନ କମ୍ପାନୀର ବରିଷ୍ଠ ଉପାଧ୍ୟକ୍ଷ କହିବାନୁଯାୟୀ, ଭାରତୀୟ ପରିଚାଳନା ବିଭାଗରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ୬,୩୦୦ ଟଙ୍କାର ବୋନସ ମିଳିବ। ଏହା ସହିତ ପାର୍ଟଟାଇମ କର୍ମଚାରୀଙ୍କୁ ୩,୧୫୦ ଟଙ୍କାର ସ୍ପେଶାଲ ବୋନସ ମିଳିବ।

amazon

ଏହି ବୋନସ କେବଳ ଯୋଗ୍ଯ କର୍ମଚାରୀଙ୍କୁ ଦିଆଯିବ, ଯେଉଁମାନେ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ୨୦୨୦ ପର୍ଯ୍ଯନ୍ତ ଚାକିରିରେ ରହିଛନ୍ତି। ଏମାନେ କରୋନା କାଳରେ ଲୋକଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେଣୁ ସମସ୍ତ କର୍ମଚାରୀଙ୍କୁ ଧନ୍ଯବାଦ ଜଣାଇଥିଲେ। ଟିମ୍ କୁ ବୋନସ ଦେଇ କର୍ମଚାରୀଙ୍କୁ କାମ ପ୍ରତି ପ୍ରେରଣା ଯୋଗାଇବା ପାଇଁ କମ୍ପାନୀ ଏପରି ପଦକ୍ଷେପ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.