Below header

ଶୀର୍ଷାସନ କରିବାରେ ଅନୁଷ୍କାଙ୍କୁ ଏମିତି ସାହାଯ୍ୟ କଲେ ପତି ବିରାଟ, ଆକ୍ଟ୍ରେସ ସେୟାର କଲେ ଫଟୋ

ବଲିଉଡ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ ଟିମ୍‌ କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଫଟୋ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଅନୁଷ୍କା ଯୋଗ କରୁଥିବା ବେଳେ ବିରାଟ ତାଙ୍କୁ ସାହାଯ୍ୟ କରୁଥିବା ସ୍ପଷ୍ଟ ନଜର ଆସୁଛନ୍ତି । ଏହି ଫଟୋଟିକୁ ଅନୁଷ୍କା ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିବା ସହ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ‘ଗର୍ଭାବସ୍ଥା’ ସମୟରେ ତାଙ୍କ ଡାକ୍ତର ତାଙ୍କୁ ଶୀର୍ଷାସନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଆସନ କରିବା ଖୁବ କଷ୍ଟ ଦାୟକ ହୋଇଥିବାରୁ ଏହାକୁ ଏକାକୀ କରିବା ଅସମ୍ଭବ ହୋଇପଡୁଛି ।

 

View this post on Instagram

 

A post shared by AnushkaSharma1588 (@anushkasharma)

ଏହି କାରଣରୁ ଏହି ଆସନ ଟିକୁ କରିବାରେ ଅଧିକାଂଶ ସମୟରେ ତାଙ୍କ ସ୍ୱାମୀ ହିଁ ତାଙ୍କୁ ସାହାଯ୍ୟ କରୁଥିବା କହିଛନ୍ତି ଅନୁଷ୍କା । ଏହି ସମୟରେ ଆସନରେ ସନ୍ତୁଳନ ରକ୍ଷା କରିବା ସହିତ ଅତିରିକ୍ତ ସୁରକ୍ଷା ଦେଇଥାନ୍ତି ବିରାଟ । ଆଉ ଏକ ପୋଷ୍ଟରେ ଅନୁଷ୍କା ଲେଖିଛନ୍ତି, “ଯୋଗ ହେଉଛି ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଏଧରଣର ଆସନ କରିବାକୁ ପରାମର୍ଶ ଦେଇଛନ୍ତି ।” ଏଗୁଡ଼ିକୁ ସେ ଅନ୍ୟ ସମୟରେ ଖୁବ ସହଜରେ କରି ପାରୁଥିବା ବେଳେ ଗର୍ଭାବସ୍ଥା ସମୟରେ କିନ୍ତୁ କିଛିଟା କଠିନତାର ସାମ୍ନା କରିବାକୁ ପଡୁଛି ।

କହିରଖିବା ଉଚିତ ହେବକି, ବର୍ତ୍ତମାନ ସମୟରେ ବିରାଟ ଟିମ ଇଣ୍ଡିଆ ସହ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଦିନିକିଆ ସିରିଜର ପ୍ରଥମ ଦୁଇଟି ଯାକ ମ୍ୟାଚରେ ବିଫଳତାର ସାମ୍ନା କରିଛି ଟିମ ଇଣ୍ଡିଆ । ସିରିଜର ଶେଷ ମ୍ୟାଚ ବୁଧବାର ହେବା ନେଇ ସ୍ଥିର ହୋଇଛି । ଏହାପରେ ଆରମ୍ଭ ହେବ ଟି20 ସିରିଜ । କିନ୍ତୁ ଡିସେମ୍ବର 17 ତାରିଖ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ କୋହଲି ଭାରତ ଫେରି ଆସିବା ନେଇ ଶୁଣାଯାଉଛି । ପତ୍ନୀଙ୍କ ଡେଲିଭରି ପୂର୍ବରୁ ବିରାଟ ଫେରିଆସିବା ନେଇ ଅନୁମାନ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.