Below header

ଏବେ ଛାତ୍ରଛାତ୍ରୀଙ୍କୁ ବିନା ଗ୍ୟାରେଣ୍ଟିରେ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଜୁକେସନ୍ ଲୋନ୍

ବିଦେଶରେ ପାଠ ପଢ଼ିବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ବହୁତ ଜଲଦି ହିଁ ଛାତ୍ରଛାତ୍ରୀଙ୍କ ପାଇଁ ଲୋନକୁ ନେଇ ବଡ ପଦକ୍ଷେପ ଉଠାଇପାରନ୍ତି କେନ୍ଦ୍ର ସରକାର। ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ । କେନ୍ଦ୍ର ସରକାର ଖୁବଶୀଘ୍ର ଏଜୁକେସନ୍ ଲୋନର ଗ୍ୟାରେଣ୍ଟି ସୀମାକୁ ୭.୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି ।

ବହୁ ସଂଖ୍ୟକ ଲୋନ୍ ଆବେଦନ ବାତିଲ ହେବା ଏବଂ ଅନୁମୋଦନ ପାଇବାରେ ବିଳମ୍ବ ହେବାର ଅଭିଯୋଗ ପରେ ସରକାର ଏହି ପଦକ୍ଷେପ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଲୋନ୍ ବା ଏଜୁକେସନ୍‌ ଲୋନ୍‌ ବିନା ଗ୍ୟାରେଣ୍ଟିରେ ଦିଆଯାଉଛି । ଏହାର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଏହି ଟଙ୍କା ପର୍ଯ୍ୟନ୍ତ ଲୋନ୍ ପାଇଁ କୌଣସି ଗ୍ୟାରେଣ୍ଟି ମାଗନ୍ତି ନାହିଁ ।

ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ଗ୍ୟାରେଣ୍ଟି ସୀମାକୁ ୩୩ ପ୍ରତିଶତ ବୃଦ୍ଧି କରିବାକୁ ଶିକ୍ଷା ମନ୍ତ୍ରଣାଳୟ ସହିତ ଆଲୋଚନା ଆରମ୍ଭ କରିଛି । ନିକଟରେ ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ ବଢ଼ୁଥିବା ଡିଫଲ୍ଟ ମାମଲା କାରଣରୁ ଏବେ ସରକାରୀ ବ୍ୟାଙ୍କ ଏଜୁକେସନ ଲୋନ୍‌ ଦେବାରେ କୁଣ୍ଠାବୋଧ କରୁଛନ୍ତି। ସରକାରୀ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କର ଆର୍ଥିକ ବର୍ଷର ଜୁନ୍‌ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଲୋନ୍‌ ଏଜୁକେସନର ବକେୟା ପ୍ରାୟ ୮୦,୦୦୦ କୋଟି ଟଙ୍କା ରହିଥିବା କୁହାଯାଉଛି।

ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ଭଳି ସରକାରଙ୍କ ଏହି ପଦକ୍ଷେପ ସହିତ ଦେଶର ଛାତ୍ରଛାତ୍ରୀମାନେ ଗ୍ୟାରେଣ୍ଟି ବିନା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଲୋନ୍ ନେଇପାରିବେ । ଏହି ରାଜ୍ୟ ସରକାରମାନେ ସମୁଦାୟ ଗ୍ୟାରେଣ୍ଟି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିସାରିଛନ୍ତି । ସୂଚନାନୁସାରେ, ଅର୍ଥ ମନ୍ତ୍ରଣାଳୟ ଆର୍ଥିକ ସେବା ବିଭାଗ ଗ୍ୟାରେଣ୍ଟିର ସୀମା ବୃଦ୍ଧି ସପକ୍ଷରେ ଅଛି ଏବଂ ଶିକ୍ଷା ମନ୍ତ୍ରଣାଳୟ ସହିତ ଆଲୋଚନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.