ଇ-ସ୍କୁଟରର ବ୍ୟାଟେରୀ ଫାଟି ଜଣେ ବ୍ୟକ୍ତି ମୃତ, ଚାର୍ଜିଂ ସମୟରେ ଘଟିଲା ଅଘଟଣ

ଏବେ ବଜାରରେ ଇଲେକଟ୍ରିକ ଯାନର କ୍ରେଜ ବଢ଼ିବାରେ ଲାଗିଛି। ତେଲ ଦରର ବିକଳ୍ପ ରୂପେ ଏବେ ଇଲେକଟ୍ରିକ ଯାନକୁ ଭଲ ଅପସନ୍‌ ରୂପେ ବାଛୁଛନ୍ତି। କିନ୍ତୁ ଏବେ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଲେକଟ୍ରିକ ଗାଡ଼ିରେ ବ୍ୟାଟେରୀ ଦୁର୍ଘଟଣାକୁ ନେଇ ଘଟଣା ସାମ୍ନାକୁ ଆସିଛି।

ଏହି ଖବର ହେଉଛି ସୁଦୂର ଗୁୁରୁଗ୍ରାମ ଅଞ୍ଚଳର। ଏହାର ସେକ୍ଟର ୪୫ରେ ଇଲେକଟ୍ରିକ ଟୁ-ହ୍ଵିଲରର ବ୍ୟାଟେରୀ ଫାଟିବାର ଘଟଣା ସାମ୍ନାକୁ ଆସିଛି। ବ୍ୟାଟେରୀ ଫାଟି ଯାଇ ନିଆଁ ଲାଗିବା କାରଣରୁ ୬୦ ବର୍ଷ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଛି।

e bike
pc: zee news

ବ୍ୟାଟେରୀ ଫାଟିଯିବା କାରଣରୁ ନିଆଁ ଲାଗିଲା। ଯାହା ପାଖରେ ଥିବା କମ୍ବଳ, ଟିଭି ଭଳି ଜିନିଷକୁ ମଧ୍ୟ ଜଳାଇଦେଲା। ଏହି ଘଟଣା ରାତି ୧୧ଟା ସମୟରେ ଘଟିଥିଲା। ଯେତେବେଳେ ନିଆଁ ଲାଗିଲା ସେତେବେଳେ ଘରର ଆଖପାଖ ଲୋକ ମଧ୍ୟ ସେଠାରେ ମହଜୁଦ ହେଲେ। ବାକି ଅନ୍ୟ ସଦସ୍ୟ ବେହୋସ୍‌ ହେବା କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା।

ନିଆଁ ଲାଗିବା ସମୟରେ ଘର ଭିତରେ ଲୋକମାନେ ବନ୍ଦ ହୋଇଥିଲେ । ପଡ଼ିଶା ଘର ଲୋକ ସେମାନଙ୍କୁ ବାହାର କରିବାକୁ ଚେଷ୍ଟା କରୁଥିଲେ। କାରଣ ଘର ଭିତର ପଟୁ ବନ୍ଦ ହୋଇଥିଲା। ପରେ କୌଶଳ କ୍ରମେ ତାଙ୍କୁ ବାହାର କରାଗଲା। ପରେ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ପରେ ଫାୟର ଟେଣ୍ଡରକୁ ଡାକି ନିଆଁ ଲାଗିଥିବା ସ୍ଥାନକୁ ଲିଭାଇଦିଆଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.