Below header

ରାମଦେବ ବାବାଙ୍କ ସଫଳତାର ରହସ୍ୟ କଣ ? ପଢନ୍ତୁ ଯୋଗଗୁରୁଙ୍କ ବିଜନେସ୍ ଫଣ୍ଡା

ବାବା ରାମଦେବଙ୍କ ସଫଳତା ଉପରେ ଆଜିକାଲି ସମସ୍ତେ ଇର୍ଷା କରୁଛନ୍ତି । ସମସ୍ତ କଂପାନି ପତଞ୍ଜଳୀର ଅଚାନକ୍ ବଢୁଥିବା ରୋଜଗାର ପାଇଁ ଚିନ୍ତାରେ । ଏହି ଅବସ୍ଥା କେବଳ ଭାରତୀୟ କଂପାନିମାନଙ୍କର ନୁହେଁ ବଂର ବିଦେଶୀ ମଲ୍ଟିନ୍ୟାସନାଲ୍ କଂପାନୀମାନଙ୍କର ମଧ୍ୟ । ପତଞ୍ଜଳୀର ପ୍ରଡକ୍ଟ ଇଣ୍ଟରନ୍ୟାସନାଲର ପ୍ରଡକ୍ଟକୁ ମଧ୍ୟ ଫେଲ୍ କରିସାରିଛି । ଏହି କଂପାନି ବହୁତ କମ୍ ସମୟରେ ସଫଳତାର ଶୀର୍ଷକୁ ଛୁଇଁ ପାରିଛି । ଆଜି ଆମେ ଆପଣଙ୍କୁ ଜଣାଇବୁ ପତଞ୍ଜଳୀର ସଫଳତା ପଛରେ ଳୁଚି ରହିଥିବା ବାବାଙ୍କ ମ୍ୟାନେଜମେଣ୍ଟ୍ ଗୁରୁ, ଯାହାଙ୍କ ପାଇଁ ତାଙ୍କ କଂପାନି କୋଟିଏ ଟଙ୍କାର ତିଆରି ହୋଇଛି ।

ଯେଉଁ କାମ ଉପରେ ଭଲ ଧାରଣା ଥିବ ସେଇ କାମ କରନ୍ତୁ :

କୌଣସିବି ବିଜନେସର ସଫଳତା ପାଇବା ପାଇଁ ବିଜନେସ ମାଲିକଙ୍କର ବୁଝିବା ଶକ୍ତି ଉପରେ ନିର୍ଭର କରିଥାଏ । ସଫଳତା ପାଇଁ ଏହା ନିହାତ ଜରୁରୀ ହୋଇଥାଏ ଆପଣ ଯାହା କରିବା ପାଇଁ ଯାଉଛନ୍ତି ସେ ବିଷୟରେ ଆପଣଙ୍କୁ ଭଲ ଭାବେ ଜଣାଥିବା ଦରକାର । ପତଞ୍ଜଳୀର ସଫଳତା ପଛରେ ସବୁଠାରୁ ବଡ କାରଣ ହେଉଛି ଯୋଗ ଗୁରୁ ବାବା ରାମଦେବଙ୍କର ଆୟୁର୍ରବେଦ ଉପରେ ସମ୍ପୁର୍ଣ୍ଣ ଜ୍ଞାନ ।

କୌଣସିବି ପ୍ରଡକ୍ଟ ବିକିବା ପୂର୍ବରୁ ନିଜ ଉପରେ ଏହାର ପରୀକ୍ଷା କରିନିଅନ୍ତୁ :

ବାବା ରାମଦେବ ପ୍ରଥମେ ଯୋଗ ଗୁରୁ ରୂପରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ପ୍ରଥମେ ବାବା ନିଜର ସମସ୍ତ ପ୍ରଡକ୍ଟକୁ ନିଜ ଉପରେ ପରୀକ୍ଷା କରିବା ପରେ ସମସ୍ତଙ୍କ ସାମ୍ମନାରେ ଏହି ପ୍ରଡକ୍ଟର ପ୍ରଚାର କରାଇଥିଲେ । ଲୋକମାନଙ୍କ ପାଖରେ ନିଜର ବିଶ୍ବାସ ତିଆରି କରାଇପାରିଲେ ଏବଂ ଲୋକମାନଙ୍କ ମନରେ ଯୋଗ କରିବା ପ୍ରତି ମଧ୍ୟ ଆକର୍ଷଣ କରାଇପାରିଲେ । ଯୋଗ ସହିତ ବାବା ସଧାସଳଖ ନିଜର ନେଚୋରପାଥିର ସ୍ଥାପନା କଲେ ।

ବଜାର ଆବଶ୍ୟକତାର ଠିକ୍ ଯୋଗାଣ :

ବାବା ରାମଦେବ ଲମ୍ବା ସମୟ ଯାଏ ଯୋଗ ଜରୀଆରେ ଲୋକମାନଙ୍କର ଶେବା କରିଛନ୍ତି । ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ମନରେ ପ୍ରାକୃତିକ ଚିକିତ୍ସା ପ୍ରତି ବିଶ୍ବାସ ବଢାଇଥିଲେ । ସମୟ ଅନୁସାରେ ପ୍ରାକୃତିକ ଜିନିଷ ଉପରେ ବ୍ୟବହାର ବଢିଚାଲିଲା ।

ଆବଶ୍ୟକତା ହିସାରେ ପ୍ରଡକ୍ଟ ଡେଲିଭେରି ଏବଂ ଭଲ ପଇସା କମାଇବା :

ରାମଦେବ ବାବା ବଜାରରେ ଅଧିକରୁ ଅଧିକ ମାତ୍ରାରେ ଆବଶ୍ୟକତା ହିସାରେ ପ୍ରଡକ୍ଟ ଡେଲିଭେରି କରିବା ସହ ଏହାର ମୂଲ୍ୟରେ ମଧ୍ୟ ଟିକେ କମ୍ ରଖିଲେ । ଆଜି ବାବା ନିଜେ ହିଁ ଏକ ବ୍ରାଣ୍ଡ୍ ହୋଇଯାଇଛନ୍ତି ଏବଂ ନିଜେ ହିଁ ନିଜର ପ୍ରଡକ୍ଟଟର ଆଡଭୋଟାଇଜ୍ କରୁଛନ୍ତି । ଯେତେବେଳେ ପୁରା ଦେଶରେ ମ୍ୟାଗିର ଅସଫଳତା ଦେଖିବାକୁ ମିଳିଥିଲା ଠିକ୍ ସେହି ସମୟରେ ବାବା ପତଞ୍ଜଳୀର ନୁଡୁଲସ୍ ବାହାର କଲେ ।

ପ୍ରଡକ୍ଟର ମାର୍କେଟିଙ୍ଗ୍ ପାଇଁ ଠିକ୍ ତରିକା ବାଛନ୍ତୁ :

ବାବା ସର୍ବଦା କୁହନ୍ତି ବିଦେଶୀ କଂପାନି ଆମ ଦେଶକୁ ଲୁଟିଛନ୍ତିୁ ଏହି କଥାର ଅସର୍ ଲୋକମାନଙ୍କ ଉପରେ ପଡିଥାଏ ଏବଂ ସିଧାସଳଖ ଭାବେ ଲୋକମାନେ ଏହାକୁ ଗ୍ରହଣ କରି ବାବାଙ୍କ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଏହା କହିବା ପରେ ଆଉ ମଧ୍ୟ କହିଛନ୍ତି ବଜାରର ମୂଲ୍ୟ ଅପେକ୍ଷା ଏହି ସବୁ ପ୍ରଡକ୍ଟର ମୂଲ୍ୟ କମ୍ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.