Below header

ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି- ଏନ୍‌ଆଇଏ ଜାଲରେ ଓଡ଼ିଶାର ଯୁବକ : ଆତଙ୍କବାଦୀ ଲିଙ୍କ୍‌ରେ ଗିରଫ ।

କେନ୍ଦ୍ରାପଡା : ଅବଦୁଲ ରେହମାନ ପରେ ହବିବୁର ରେହମାନ୍ । କେନ୍ଦ୍ରାପଡ଼ାର ମୂଳ ବାସିନ୍ଦା ହବିବୁର ରେହମାନକୁ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଏନ୍ଆଇଏ । ରିୟାଦରେ ରହୁଥିବା ହବିବୁରକୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି । ପାକିସ୍ତାନର ଲସ୍କର-ଏ-ତୋଇବା ଆତଙ୍କବାଦୀ ଗୋଷ୍ଠୀ ସହ, ହବିବୁର କାମ କରୁଥିବା ଅଭିଯୋଗ ରହିଛି । ଆତଙ୍କୀ ଲିଙ୍କ୍ ନେଇ ତାଙ୍କୁ ଜେରା କରୁଛି ଏନ୍ଆଇଏ ।

ଗିରଫ ହବିବୁର ରେହମାନର ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁରେ । ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢିଛି । ତାକୁ ଯେତେବେଳେ ୨୨ ବର୍ଷ ହୋଇଥିଲା, ସେ ଗାଁ ଛାଡ଼ି ମୁମ୍ବାଇ ପଳାଇଥିଲା । ସେଠାରେ ସେ ଦୁଇଟି ବିବାହ କରିଥିଲା । ପ୍ରଥମେ ଜଣେ ଖ୍ରୀଷ୍ଟିଆନ ମହିଳାଙ୍କୁ ବିବାହ କରିଥିଲା । ପରେ ଜଣେ ମୁସଲିମ୍ ମହିଳାଙ୍କୁ ବିବାହ କରିଥିଲା । ଦୀର୍ଘ ୩୦ ବର୍ଷରୁ ଅଧିକ ହେବ ସେ ଓଡ଼ିଶା ଆସିନାହିଁ । ଗାଁକୁ ଆସିନାହିଁ କି ପରିବାର ଲୋକଙ୍କ ସହ କୌଣସି ସଂପର୍କ ରଖିନାହିଁ ।

ଗତ ୫/୬ ମାସ ତଳେ ହବିବୁରର ପରିବାରକୁ ଦିଲ୍ଲୀ ଡକାଇଥିଲା ଏନ୍ଆଇଏ । ତା ସହ କୌଣସି ସଂପର୍କ ନଥିବା ପରିବାର ଲୋକେ ଏନ୍ଆଇଏକୁ କହିଥିଲେ । ପରିବାର ଲୋକଙ୍କ ଫୋନ୍ ନମ୍ବର ରଖିଛି ଏନ୍ଆଇଏ । ସବୁ ସମୟରେ ଫୋନ୍ ଅନ୍ ରଖିବାକୁ ପରିବାର ଲୋକଙ୍କୁ ନିର୍ଦ୍ଦେଶ ଦେଇଛି ଏନ୍ଆଇଏ । ହବିବୁର ରେହମାନର ଜଣେ ସାନ ଭାଇ ମଧ୍ୟ ସାଉଦି ଆରବରେ ରହୁଛି । ହବିବୁରର ପ୍ରଥମ ପତ୍ନୀର ଦୁଇଟି ସନ୍ତାନ ଥିବା ବେଳେ ଦ୍ୱିତୀୟ ପତ୍ନୀଙ୍କର ମଧ୍ୟ ଦୁଇରୁ ଅଧିକ ସନ୍ତାନ ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.