ଅର୍ଥମନ୍ତ୍ରୀ ଆଣିଲେ ନୂଆ ସୁବିଧା, ମାତ୍ର ୧୦ ମିନିଟରେ ବନାନ୍ତୁ ଇନଷ୍ଟାଣ୍ଟ ପାନ୍‌ କାର୍ଡ

ଯଦି ଆପଣଙ୍କ ପାଖରେ ଆଧାର ରହିଛି ତେବେ ଇ-କେୱାଇସି ଜରିଆରେ ତତ୍କାଳ ପାନ୍ ନମ୍ବର ଜାରି କରିବା ବ୍ୟବସ୍ଥାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ ଇ-ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଚଳିତ ବର୍ଷ ବଜେଟରେ  ଏବିଷୟରେ ଘୋଷଣା କରାଯାଇଥିଲା। ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଗତ ଫେବୃଆରୀରୁ ଆରମ୍ଭ କରାଯାଇଛି। ଆୟକର ବିଭାଗ ଦ୍ବାରା ଇ-ଫାଇଲିଂ ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।

ସେବେଠାରୁ ଚଳିତ ମାସ ୨୫ ମଧ୍ୟରେ ମାତ୍ର ୧୦ ମିନିଟ୍ ଭିତରେ ୬,୭୭,୬୮୦ ପାନ୍ ନମ୍ବର ଜାରି କରାଯାଇଛି। ତତ୍କାଳ ପାନ୍ ପାଇବାକୁ ଇଚ୍ଛୁକ ବ୍ୟକ୍ତି ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟକୁ ଯାଇ ତାଙ୍କର ବୈଧ ଆଧାର ନମ୍ବର ଓ ପରେ ପରେ ତାଙ୍କର ଆଧାର ପଞ୍ଜୀକୃତ ମୋବାଇଲରେ ଆସିଥିବା ଓଟିପିକୁ ଦେବେ । ଯାହାଦ୍ବାରା OTP ଜନରେଟ ହେବ ଏବଂ ଆପଣଙ୍କ E-PAN କିଛି ମିନିଟ୍ ରେ ଜାରି ହୋଇଯିବ। ଏହି ସେବା ସେହି ଲୋକମାନଙ୍କ ପାଇଁ ଯେଉଁ ଲୋକମାନେ ଏପର୍ଯ୍ୟନ୍ତ PAN କାର୍ଡ କରିନାହାନ୍ତି। ଏହି ପଦ୍ଧତି ସଫଳତାର ସହିତ କରିସାରିବା ପରେ ଏକ ୧୫ ଅଙ୍କ ବିଶିଷ୍ଟ ସ୍ଵୀକାରୋକ୍ତି ନମ୍ବର ସୃଷ୍ଟି ହେବ । ଯଦି ଆବଶ୍ୟକ ହୁଏ, ଆବେଦନକାରୀ ଯେକୌଣସି ସମୟରେ ତାଙ୍କ ବୈଧ ଆଧାର କାର୍ଡ ନମ୍ବର ଦେଇ ଏହାର ସ୍ଥିତି ସମ୍ପର୍କରେ ଜାଣିପାରିବେ ଓ ନମ୍ବର ପ୍ରଦାନ କରାଗଲା ପରେ ଏହି ଇ-ପାନ୍ ନମ୍ବରକୁ ଡାଉନ୍ଲୋଡ କରିପାରିବେ । ଆଧାର ସହିତ ଯଦି ଆବେଦନକାରୀଙ୍କ ଇ-ମେଲ ଆଇଡି ପଞ୍ଜୀକୃତ ହୋଇଥାଏ ତେବେ ସେଥିରୁ ମଧ୍ୟ ଇ-ପାନ୍ ଡାଉନ୍ଲୋଡ୍ କରିପାରିବେ।

adhar

ଏପର୍ଯ୍ୟନ୍ତ ୨୫ ମଇ ଯାଏଁ ୫୦.୫୨ କୋଟି ପାନ୍‌ କାର୍ଡ ବଣ୍ଟନ ହୋଇସାରିଲାଣି। ଏଥିମଧ୍ୟରୁ ୪୯.୩୯ କୋଟି ପାନ୍‌ ବ୍ୟକ୍ତିଗତ ସ୍ତରରେ ଆବଣ୍ଟନ କରାଯାଇଛି। ଏହାଛଡା ୩୧.୧୭ କୋଟିରୁ ଅଧିକ ପାନ୍‌ ଆଧାର ଲିଙ୍କ କରାଯାଇଛି। ଆଧାର ପାନ୍‌ ‌ ଲିଙ୍କ ପାଇଁ ଶେଷ ତାରିଖ ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ରହିଛି।

ଇନଷ୍ଟାଣ୍ଟ ପାନ୍‌ ପାଇଁ ଏମିତି କରନ୍ତୁ ଆବେଦନ

-ଆୟକର ବିଭାଗର ୱେବସାଇଟ https://www.incometaxindiaefiling.gov.in/home କୁ ଯାଆନ୍ତୁ।

-ଏହାପରେ ସେଠାରେ PAN through Aadhaar New ଲିଙ୍କ ଉପରେ କ୍ଳିକ୍ କରନ୍ତୁ।

-ଏହାପରେ ପୁଣି ଦୁଇଟି ଅପ୍ସନ ଖୋଲିବ- ପ୍ରଥମ Get New PAN, ଦ୍ବିତୀୟଟି- Check status/download PAN

-ବର୍ତ୍ତମାନ ଆପଣଙ୍କୁ ଆଧାର ସଂଖ୍ଯା ଦେବାକୁ ପଡିବ, ଏହାପରେ ସେହି ଆଧାର ସହ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରରେ OTP ଆସିବ।

-OTP ଦ୍ବାରା Aadhaarର ତଥ୍ଯ ଯାଞ୍ଚ ହେବ।

-ଏହାପରେ ତୁରନ୍ତ E-PAN ଜାରି ହୋଇଯିବ ଏବଂ ଗ୍ରାହକ ନିଜର E-PAN ଡାଉନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.