ଉଦ୍ଧାର କରିବାକୁ ଯାଇଥିବା ବନ କର୍ମଚାରୀଙ୍କ ଉପରକୁ ଲମ୍ଫ ମାରିଲା ବାଘ, ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ତେଲେଙ୍ଗାନାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରିଯିବ ଆଉ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ। ଥରେ ଭାବନ୍ତୁ ବାଘକୁ ଯଦି କ୍ରୋଧ ଆସିବ ତାହେଲେ ସେଠାରେ ଥିବା ଲୋକଙ୍କ ଅବସ୍ଥା କଣ ହେବ। ଏମିତି ଏକ ଭିଡିଓ ଆଜି ଆମେ ଆପଣଙ୍କୁ ଜଣାଇବୁ।
ଗୋଟେ ଚିତାବାଘ ଚାଷ ଜମିକୁ ପଶି ଆସିଥିଲା। ଆଉ ଟିମ୍ ଯେତେବେଳେ ତାଙ୍କୁ ଧରିବାକୁ ଗଲେ ସେତେବେଳେ ଲୋକଙ୍କ ହାତରେ ବାଡି ଦେଖି ବାଘଟି ରାଗିଗଲା। ଆଉ ଲୋକମାନଙ୍କୁ ଆକ୍ରମଣ କରିବାକୁ ଲାଗିଲା।
A team goes to a farm in Telengana with lathis to take care of the leopard.
And this was the least that could happen….. pic.twitter.com/HfA5F162GY— Susanta Nanda IFS (@susantananda3) May 28, 2020
ଭିଡିଓରେ ଆପଣ ଦେଖିପାରୁଥିବେ ଯେ କ୍ଷେତରେ ଚିତାବାଘକୁ ଧରିବା ପାଇଁ ଲୋକମାନେ ଘଟଣାସ୍ଥଳରେ ପହଁଚିଥିଲେ। କିନ୍ତୁ ବାଘଟି ଯେତେବେଳେ ଲୋକଙ୍କ ହାତରେ ବାଡି ଦେଖିଲା ସେ ପାଲଟା ଆକ୍ରମଣ କରିବାକୁ ଲାଗିଲା। ଏହି ସମୟରେ ସେଠାରେ ବନବିଭାଗ ସମେତ ଅନେକ ଲୋକ ଉପସ୍ତିତ ଥିଲେ। କିନ୍ତୁ ଭାଗ୍ୟ ଭଲ ଯେ ବ୍ୟକ୍ତି ଜଣଙ୍କ ବାଘ କବଳରୁ ରକ୍ଷା ପାଇଗଲେ।
ବାଘର ମଣିଷକୁ ଆକ୍ରମଣ କରିବାର ଏହି ଭିଡିଓକୁ ପୋଷ୍ଟ କରିବା ମାତ୍ରକେ ହିଁ ଭିଡିଓଟି ଖୁବ୍ ଭାଇରାଲ ହୋଇଗଲା। ଏହାକୁ ଲୋକମାନେ ବହୁତ ମାତ୍ରରେ ଦେଖିବା ସହିତ ଖୁବ୍ ସେୟାର, କମେଣ୍ଟ ଆଉ ଲାଇକ୍ ମଧ୍ୟ କରୁଛନ୍ତି।