Below header

ଘରର ବଜେଟ ଉପରେ ରଖନ୍ତୁ ଏପରି ଧ୍ୟାନ, ଏହି ଟିପ୍ସ ଉପରେ ଟିକେ ପକାନ୍ତୁ ନଜର 

ସାଧାରଣ ଭାଷାରେ କହିବାକୁ ଗଲେ ବଜେଟର ଅର୍ଥ ହେଉଛି ଆୟ-ବ୍ୟୟର ହିସାବକିତାବ। ବଜେଟ ଏକ ଏମିତି ଶବ୍ଦ ଯେ ଏହାକୁ ଆମେ ଭଲଭାବେ ବୁଝିଯାଆନ୍ତି ଏବଂ ଟଙ୍କା ସଞ୍ଚୟ କରିବା ସିଖି ଯାନ୍ତି ତେବେ ଘରେ କେବେବି ଅର୍ଥାଭାବ ଦେଖାଯିବ ନାହିଁ। ଏହାସହିତ ଆମେ ଆମର ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ ରଖିପାରିବା। ତେବେ ଆସନ୍ତୁ ଜାଣିବା ଏମିତି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ।

ପୁଞ୍ଜିବିନିଯୋଗ କରିବା

ଲୋକମାନଙ୍କୁ ପୁଞ୍ଜିନିବେଶର ମହତ୍ତ୍ବ ବୁଝି ପାରୁନାହାନ୍ତି। କେତେକ ଥର ଲୋକ ନିବେଶ ନାମରେ ନିଜ ଜମା ପୁଞ୍ଜିକୁ ଗୋଟିଏ ସ୍ଥାନରେ ହିଁ ଲଗାଇଦିଅନ୍ତି ଏହାଦ୍ବାରା ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ। ଟଙ୍କା ଅଲଗା ଅଲଗା ସ୍ଥାନରେ ନିବେଶ କରିବା ଉଚିତ ଯାହାଦ୍ବାରା ଟଙ୍କା ବୁଡିବାର ଭୟ ରହିନଥାଏ। ଆପଣ ସେୟାର ବଜାରରେ ମଧ୍ୟ ଟଙ୍କା ନିବେଶ କରିପାରିବେ କିନ୍ତୁ ସମ୍ପୂର୍ଣ୍ଣ ଟଙ୍କା ସେଠାରେ ଲଗାନ୍ତୁ ନାହିଁ।

ସପିଂ କରିବାକୁ ଦୂରେଇ ରୁହନ୍ତୁ

ମଲ୍ ଗୁଡିକରେ ଗୋଟିଏ ଯାଗାରେ ସବୁକିଛି ସହଜରେ ମିଳିଯାଏ କିନ୍ତୁ ଯଦି ଘରର ଆଖପାଖରେ କିଣାକିଣି କରନ୍ତି ତେବେ ଆମକୁ ମଲ୍ ଅପେକ୍ଷା ବହୁତ କମ୍ ଦାମରେ ଜିନିଷ ମିଳିଯାଇଥାଏ।

ଏହା ସହ ପଢ଼ନ୍ତୁ : ଶେଷ ହୋଇଛି ୨୦୧୯-୨୦ ଆର୍ଥିକ ବଜେଟ, ଜାଣନ୍ତୁ କେଉଁ ଜିନିଷ ହେଲା ଶସ୍ତା ଏବଂ ମହଙ୍ଗା

ସଞ୍ଚୟ କରନ୍ତୁ

ଜୀବନରେ କେବେ ନା କେବେ ଏମରଜେନ୍ସୀ ଲାଗି ରହିଥାଏ। ଏଥିପାଇଁ ଉତ୍ତମ ଅଟେ ପୂର୍ବରୁ ଏହାର ପ୍ରସ୍ତୁତି କରିବା ଏବଂ ଅଳ୍ପ ଅଳ୍ପ ସଞ୍ଚୟ କରୁଥିବା ଯାହାଦ୍ବାରା ଯେତେବେଳେ ଆମର ହଠାତ ଟଙ୍କାର ଆବଶ୍ୟକତା ପଡିଥାଏ ତେବେ ଆମକୁ କାହା ଠାରୁ ଧାର ନେବାକୁ ପଡିବନାହିଁ।

ଲିଷ୍ଟ ବନାନ୍ତୁ

ସପିଂ କରିବା ପୂର୍ବରୁ ସେହି ଜିନିଷର ଏକ ଲିଷ୍ଟ ବନାନ୍ତୁ ଯାହାର ଆବଶ୍ୟକତା ଅଛି ଅନାବଶ୍ୟକ ଜିନିଷକୁ ଲିଷ୍ଟରେ ସାମିଲ କରନ୍ତୁ ନାହିଁ। ଅନାବଶ୍ୟକ ଜିନିଷକୁ ପସନ୍ଦ ହେଉଥିଲେ ବି କିଣିବା ଠାରୁ ଦୂରେଇ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.