Below header

ବ୍ୟାଙ୍କ ଖାତାରେ ଟଙ୍କା ଜମା ସମ୍ବନ୍ଧିତ ନିୟମ ବଦଳିଲା, ଜାଣନ୍ତୁ କ’ଣ?

ଆପଣ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବାକୁ ଯାଉଛନ୍ତି କି? ତା’ ହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ହେବ। କାରଣ, ଏବେ କେହି ଆପଣଙ୍କ ବିନା ସମ୍ମତରେ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିପାରିବେ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ନିୟମରେ ପରିବର୍ତ୍ତନ କରିବାକୁ କହିଛନ୍ତି।

ଶୁକ୍ରବାର ଅର୍ଥମନ୍ତ୍ରୀ ନିଜ ବଜେଟ୍ ଅଭିଭାଷଣରେ କହିଥିଲେ, ସରକାର ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ସଶକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବେ। ବର୍ତ୍ତମାନ ସମୟରେ ଅନ୍ୟ ଲୋକଙ୍କ ଟଙ୍କା ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବାରେ କୌଣସି କଟକଣା ନାହିଁ। କିନ୍ତୁ ଏ ନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ। ସେ ଆହୁରି କହିଥିଲେ ଯେ, ସରକାରୀ ବ୍ୟାଙ୍କର କାର୍ଯ୍ୟକାରିତାରେ ସୁଧାର ଆଣିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ।

ଆମେ ଏଠାରେ କହିରଖୁଛୁ ଯେ, ନୋଟବନ୍ଦୀ ପରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ନଗଦ ଜମା ହେବା ନେଇ ସୂଚନା ମିଳିଥିଲା। ଏହି ଟଙ୍କା ଜମା ବାବଦରେ କୌଣସି ଖବର ଲୋକମାନଙ୍କୁ ନ ଥିଲା। ଖାସ୍ କରି ଜନଧନ ଖାତାରେ ଏପରି କିଛି ମାମଲା ସାମ୍ନାକୁ ଆସିଥିଲା।

ବର୍ତ୍ତମାନ କ’ଣ ରହିଛି ନିୟମ

  • ଯେ କେହି ବ୍ୟକ୍ତି ଅନ୍ୟ ବ୍ୟକ୍ତିର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବ।
  • ତା’ ପାଖରେ କେବଳ ଅନ୍ୟ ଲୋକର ବ୍ୟାଙ୍କ ଖାତା ନମ୍ବର ରହିବା ଜରୁରୀ।
  • ଏପରି କରିବା ପାଇଁ ଆକାଉଣ୍ଟଧାରୀଙ୍କ ପରାମର୍ଶ ନେବାର ଆବଶ୍ୟକତା ନାହିଁ।

ଆପଣ ଯଦି ସହଜରେ ବୁଝିବାକୁ ଚାହିଁବେ, ତେବେ ମାନିନିଅନ୍ତୁ କି, କେହି ବି ବ୍ୟକ୍ତି କୌଣସି ବ୍ୟାଙ୍କକୁ ଯାଇ ଅଥବା କୌଣସି ଆକାଉଣ୍ଟଧାରୀଙ୍କ ଖାତାରେ କ୍ୟାଶ ଡିପୋଜିଟ୍ ମେଶିନରେ ନଗଦ ଜମା କରିପାରିବ। ଏଥିପାଇଁ ତାଙ୍କୁ କେବଳ ବ୍ୟକ୍ତିର ବ୍ୟାଙ୍କ ଖାତାର ୧୫ ଅଙ୍କବିଶିଷ୍ଟ ସଂଖ୍ୟା ଦେବାକୁ ପଡ଼ିବ। ପାଣ୍ଠି ବଦଳର ଦ୍ବିତୀୟ ପ୍ରଣାଳୀ ବ୍ୟବହାର ଦ୍ବାରା ଏପରି କରିବା ଆହୁରି ସୁବିଧା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.