Below header

ଏମିତି ଏକ ଗାଁ, ଯେଁଉଠି ପୁରୁଷମାନେ କେବଳ ପାଣି ପାଇଁ କରୁଛନ୍ତି ଏକାଧିକ ବିବାହ

ମହାରାଷ୍ଟ୍ରର ଏକ ଗ୍ରାମରେ ପାଣି ପାଇଁ ପୁରୁଷମାନେ ଅନେକ ବିବାହ କରନ୍ତି। ଏହି ଗାଁ ମୁମ୍ବାଇର ୧୫୦ କିଲୋମିଟର ଦୂର। ମୁମ୍ବାଇ ଠାରୁ ଏହା ବହୁତ କମ୍ ଦୂରତାରେ ହୋଇଥିଲେ ମଧ୍ୟ ଏଠାରେ ଜଳ ସଂକଟ ଦେଖାଯାଉଛି। ଏହି ଜଳ ସଂକଟ ପାଇଁ ଗ୍ରାମର ପୁରୁଷମାନେ ଏକରୁ ଅଧିକ ବିବାହ କରୁଛନ୍ତି।

ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମ ହେଉଛି ତୁକାରାମ। ସେ ଶାନ୍ତି ନାମକ ମହିଳାଙ୍କୁ ବିବାହ କଲେ ଏହାପରେ ତାଙ୍କର ଗୋଟିଏ ପରେ ଗୋଟିଏ ଏମିତି ୬ ସନ୍ତାନ ହେଲା। ପିଲାମାନେ ବଡ ହେଲେ ଏହାପରେ ତୁକାରାମଙ୍କ ଚିନ୍ତା ଅଧିକ ବଢ଼ିଗଲା। କାରଣ ଜଳର ଅଭାବ କାରଣରୁ ତାଙ୍କ ସ୍ତ୍ରୀକୁ ଯିବାକୁ ପଡୁଥିଲା ବହୁତ ଦୂର।

waterଏହାପରେ ତୁକାରାମ ଦ୍ବିତୀୟ ବିବାହ କଲେ କାରଣ ଜଣେ ପିଲା ଏବଂ ଘର ସମ୍ଭାଳିବ ଏବଂ ଆଉ ଜଣେ ପାଣି ଆଣିବ। ଏହି ଗାଁରେ ଯେହେତୁ ପୁରୁଷମାନେ ଅନେକ ବିବାହ କରିଥାନ୍ତି ସେଥିପାଇଁ ତୁକାରାମ ଭାବିଲା ଜଣେ ପିଲା ସମ୍ବାଳିବ ଏବଂ ଜଣେ ରୋଷେଇ ସମ୍ବାଳିବ ଏବଂ ଜଣେ ଆଣିବ ଆଉ ଏପରି ର୍ହି ହେଲା ସେ ଜଣେ ବିଧବାଙ୍କୁ ବିବାହ କରି ଘରକୁ ଆଣିଲେ।

ଏହା ସହ ପଢ଼ନ୍ତୁ : ଏଠାରେ ଗଧ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ ଦୁନିଆର ସବୁଠାରୁ ମହଙ୍ଗା ପନିର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ଏହାପରେ ପଞ୍ଚାୟତରେ ସେ ଜଣାଇଥିଲା ଯେ ମୁଁ ଯେଉଁମାନଙ୍କୁ ବିବାହ କରିଛି ସେମାନେ ଅସହାୟ ଏବଂ ମୁଁ ସେମାନଙ୍କୁ ସାହାଯ୍ୟ କରିଛି। ପ୍ରକ୍ରୁତରେ ତୁକାରାମ ପାଣି ଲୋଭରେ ବହୁ ବିବାହ କରିଛି। କାରଣ ସେହି ଗାଁରେ ରୋଷେଇ କରିବାକୁ ମଧ୍ୟ ପାଣି ମିଳୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.