Below header

ଏବେ ଆହୁରି ସହଜ ହୋଇଯିବ ଫ୍ଲିପକାର୍ଟ ସପିଙ୍ଗ, କମ୍ପାନୀ କଲା ନୂଆ ଘୋଷଣା

ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ପ୍ଲାଟଫର୍ମରେ ହିନ୍ଦୀ ଇଣ୍ଟରଫେସ ଉପଲବ୍ଧ କରାଇବାର ଘୋଷଣା କରିଛି । ଫ୍ଲିପକାର୍ଟର ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି କହିଛନ୍ତି “ନିଜର ମନକଥା ପ୍ରକାଶ କରିବା ପାଇଁ ଭାଷା ଏକ ମାଧ୍ୟମ ଅଟେ । ମୋ ମତରେ ଦେଶରେ ଇ-କମର୍ସ କୁ ଆପାଣାଇବା ପାଇଁ ମାତୃଭାଷା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ”।

Image result for flipkart-

ଏକ ରିପୋର୍ଟରୁ ଜଣାଯାଇଛି ଯେ ଭାରତରେ ଇଣ୍ଟରନେଟ ବ୍ୟବହାର କରୁଥିବା ୯୦ ପ୍ରତିଶତ ଲୋକ ମାତୃଭାଷାର ବ୍ୟବହାର କରିଥାନ୍ତି । ଏପରି ସ୍ଥଳେ ସେମାନଙ୍କୁ ସହଜ ଓ ସୁବିଧାରେ ନିଷ୍ପତ୍ତି ନେବା ପାଇଁ ମାତୃଭାଷାରେ ଇ-କମର୍ସ ଅନୁଭବ ଉପଲବ୍ଧ କରାଇବା ଜରୁରୀ ଅଟେ । ହିନ୍ଦୀର କ୍ଷମତା ସହିତ ବ୍ୟବହାରକାରୀ ନିଜର ମନ ମୁତାବକ ପ୍ରଡକ୍ଟ ଏବଂ ତାହାର ସମସ୍ତ ସୂଚନା ହିନ୍ଦୀ ଭାଷାରେ ପାଇ ପାରିବେ । ଏହା ଏକ ଏପରି ଭାଷା ଅଟେ ଯାହାର ବ୍ୟବହାରକାରୀଙ୍କ ସଂଖ୍ୟା ୨୦୨୧ ବେଳକୁ ଇଂରାଜୀଠୁ ମଧ୍ୟ ଆଗରେ ଥିବ ।

ଗ୍ରାହକ ମାନେ କିପରି ଅନଲାଇନ ଆସିବେ ଏବଂ ସେମାନଙ୍କ ଇ-କମର୍ସକୁ ଆଉଟିକେ ଅଧିକ ଭଲ ବନାଇବା ପାଇଁ ତାଙ୍କ ମାତୃଭାଷାର ବ୍ୟବହାର କରି ସର୍ବଶ୍ରେଷ୍ଠ ଭାରତୀୟ ଭାଷା ଗୁଡିକର ଲାଭ ଉଠାଇ ପାରିବେ ସେ ବିଷୟରେ ଜାଣିବା ପାଇଁ ଫ୍ଲିପକାର୍ଟ ଗଭୀର ଅଧ୍ୟୟନ କରିଛି ।

Image result for flipkart-

ରିସର୍ଚ୍ଚରୁ ଗ୍ରାହକ ମାନଙ୍କର ବ୍ୟବହାର ବିଷୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡିଛି ଯେ ଯଦି ଭାଷାର ସମାଧାନ ଠିକଭାବେ କରାଯାଏ ତାହେଲେ ଏହା ଏକ ବାଧା ନୁହେଁ ବରଂ ଏକ ଅବସର ଭଳି ହେବ । ଯଦିଓ ଗ୍ରାହକ ମାନେ ଇଂରାଜୀରେ ପଢିବା ଏବଂ ଲେଖିବା ଜାଣିଥାନ୍ତି କିନ୍ତୁ ନିଜ ମାତୃଭାଷାର ବ୍ୟବହାର ଦ୍ୱାରା ତାଙ୍କୁ ଭିନ୍ନ ଏକ ପ୍ରକାରର ଆରାମ ଏବଂ ସୁବିଧା ମିଳିବ ଯାହାକି ତାଙ୍କୁ ଅନଲାଇନ ଆସିବା ପାଇଁ ବାଧ୍ୟ କରିବ ।

ଏହାସହ ପଢନ୍ତୁ ସାମସଙ୍ଗ ଲଞ୍ଚ କରିବ ଗ୍ୟାଲାକ୍ସି ଫୋଲ୍ଡର ଶସ୍ତା ଭର୍ସନ, ୨୫୬ ଜିବି ଷ୍ଟୋରେଜ ସହିତ ରହିଛି ଏହିସବୁ ଫିଚର୍ସ

ଏହି ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ଛୋଟ ଛୋଟ ସହରରେ ରହୁଥିବା ଗ୍ରାହକ ମାନେ କ୍ରେଡିଟକାର୍ଡ,ଡେବିଟ କାର୍ଡ ଓ ଇଏମଆଇ ଭଳି ଡିଜିଟାଲ ଶବ୍ଦ ଗୁଡିକୁ ବହୁତ ଭଲ ଭାବେ ବୁଝିପାରିଥାନ୍ତି । ଯାହାଦ୍ୱାରା ସେମାନଙ୍କ ପାଇଁ ଇ-କମର୍ସ ର ବ୍ୟବହାର ଆଉଟିକେ ସହଜ ହୋଇପଡିବ । ଏବଂ ମାତୃଭାଷାରେ ଇ-କମର୍ସର ବ୍ୟବହାର କରିବା ଦ୍ୱାରା ଗ୍ରାହକ ମାନଙ୍କୁ ଅଧିକ ଆତ୍ମବିଶ୍ୱାସ ମିଳିଥାଏ ଏବଂ ନିଷ୍ପତ୍ତି ନେବାରେ ସ୍ୱତନ୍ତ୍ରତାର ଅନୁଭବ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.