Below header

ରିଲିଜ୍‌ ହେଲା ‘ଓ୍ଵାର’ ଫିଲ୍ମର ପ୍ରଥମ ସଙ୍ଗ, ଦେଖନ୍ତୁ ଅରଜିତ୍‌ ସିଂହ ଓ ଶିଳ୍ପା ରାଓ ଗାଇଥିବା ଏହି ଗୀତର ଭିଡ଼ିଓ

ରିଲିଜ୍‌ ହେଲା ‘ଓ୍ଵାର’ ଫିଲ୍ମର ପ୍ରଥମ ଗୀତ । ଗୀତରେ ହ୍ରିତିକ୍‌ ରୋଶନ ଓ ବାଣୀ କପୁରଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତକୁ ଗାଇଛନ୍ତି ଅରଜିତ୍‌ ସିଂହ ଓ ଶିଳ୍ପା ରାଓ । ଏହି ଗୀତ ହନି ସିଂହଙ୍କ ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା ଭଳି ହୋଇଥିବା କୁହାଯାଉଛି । ହ୍ରିତିକ୍‌ ଓ ବାଣୀ କପୁର ପ୍ରଥମ ଥର ପାଇଁ ଏକାଠି ପରଦାରେ ଆସୁଛନ୍ତି । ଏହି ଗୀତର ବୋଲ ରହିଛି ‘ଘୁଙ୍ଗୁରୁ’ ।

ଦେଖନ୍ତୁ ଏହି ଭିଡ଼ିଓ :

କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଏହି ଫିଲ୍ମର ଟ୍ରେଲର । ଟ୍ରେଲରରେ ଦୁଇ ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନ୍‌ ଓ ଟାଇଗର ସ୍ରଫ୍‌ଙ୍କ ଦମ୍‌ଦାର ଷ୍ଟଣ୍ଟ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ହ୍ରିତିକ୍‌ ଓ ଟାଇଗର ସ୍ରଫ୍‌ଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ ।ଫିଲ୍ମରେ ଥିବା ଦୁଇ ହିରୋଙ୍କ ଆକ୍ସନ ଓ ଷ୍ଟଣ୍ଟର ଦାୟିତ୍ୱ ନେଇଛନ୍ତି ୪ ଜଣ ଆକ୍ସନ ଡାଇରେକ୍ଟର । ଏହି ଦୁଇ ସୁପରଷ୍ଟାରଙ୍କ ବ୍ୟତୀତ ଫିମେଲ୍‌ ଲିଡ୍‌ରେ ଅଛନ୍ତି ବାଣୀ କପୁର । ତେବେ ଫିଲ୍ମଟିର ଟିଜର ଯେତେ ଦମଦାର ଥିଲା ତାଠାରୁ ଅଧିକ ଦମଦାର ହୋଇଥିଲା ଏହାର ଟ୍ରେଲର ।

ଦେଖନ୍ତୁ ଏହାର ଟ୍ରେଲର :

ଏହାସହ ପଢନ୍ତୁ:

ଆପଣବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ: ଯାହା ପାଇଁ ଆଜି ରାନୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.