ଏରୋପ୍ଲେନ ଭଳି କାର ବି ଉଡ଼ିବ ଆକାଶରେ, ଆସନ୍ତା ବର୍ଷ ହୋଇପାରେ ଲଞ୍ଚ

ବର୍ତ୍ତମାନ ରାସ୍ତାରେ ଗାଡି ଚଳାଇବା ବହୁତ କଷ୍ଟକର ହେଉଛି। କାରଣ ଆଜିର ଦୁନିଆରେ ସମସ୍ତେ କାର ଧରିବା ବେଶି ପସନ୍ଦ କରୁଛନ୍ତି। କିନ୍ତୁ ଏହି ସବୁ ଭିତରେ ଗାଡିର ବହୁଳ ବ୍ୟବହାର କାରଣରୁ ରାସ୍ତା ଭୀଡ ରହୁଛି। ଏହିସବୁ ପରିସ୍ଥିତିକୁ ଲକ୍ଷ୍ୟକରି ଆମେ ବେଳେ ବେଳେ ଭାବିଥାଉ ଯେ ଆମ କାର ଉଡାଜାହାଜ ପରି ଉଡିପାରନ୍ତା କି? ଆମ ପାଖରେ ଉଡନ୍ତା କାର ଥାନ୍ତା କି ? ଆମେ ଆପଣଙ୍କୁ ଜଣାଇବୁ ଆପଣଙ୍କର ଏହି ସବୁ ଭାବନା ଆସନ୍ତା ବର୍ଷ ସତ ହେବାକୁ ଯାଉଛି।

ଆପଣ ଏହାଶୁଣି ବୋଧ ହୁଏ ବିଶ୍ୱାସ କରିପାରୁନଥିବେ। କିନ୍ତୁ ଏହା ସତ ଆସନ୍ତା ବର୍ଷ ଏମିତି ଏକ କାର ଲଞ୍ଚ ହେବାକୁ ଯାଉଛି ଏହାକୁ ଯେତେବେଳେ ଚାହିଁବ ରାସ୍ତାରେ ଚଲାଇ ପାରିବ ଏବଂ ରାସ୍ତା ଜାମ୍‌ ଥିଲେ ଆକାଶରେ ମଧ୍ୟ ଉଡାଇ ପାରିବ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଯଦି ସବୁକିଛି ଠିକ ରହିଲା ତେବେ ଆଗାମୀ ବର୍ଷ ଉଡନ୍ତା କାର ବଜାରରେ ଉପଲବ୍ଧ ହେବ ଏବଂ ଲୋକମାନେ ଏଥିରେ ବସି ଯାତ୍ରା କରିପାରିବେ।

car flyingସହରରେ ବଢ଼ୁଥିବା ଟ୍ରାଫିକ କାରଣରୁ ରାସ୍ତା ଜାମ୍‌ ରହିବା ଏକ ସାଧାରଣ କଥା। ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ ଟେକ୍ନୋଲୋଜି ପାଖରେ ରହିଛି। ଏହା ଶୁଣିବାକୁ ସ୍ୱପ୍ନ ଭଳି ଲାଗୁଥିବ କିନ୍ତୁ ଶୀଘ୍ର ଲୋକମାନେ ଏହି କାରରେ ଯାତ୍ରା କରିପାରିବେ। କାର ସୌକିନ ଲୋକମାନେ ଆସନ୍ତା ବର୍ଷ ଫ୍ଲାଇଙ୍ଗ୍‌ କାର ଏରୋମୋବିଲ କିଣିପାରିବେ। ଦୁଇ ସିଟ୍‌ ଥିବା ଏହି କାର ବିଷୟରେ ପୂର୍ବରୁ ୨୦୧୭ ମସିହାରେ ଖବର ଆସିଥିଲା। ଏହାକୁ ସ୍ଲୋଭାକିଆ କମ୍ପାନୀ ଏରୋମୋବିଲ ନିର୍ମାଣ କରିଛି। ଅବଶ୍ୟ ଏବେ ପର୍ଯ୍ୟନ୍ତ କାରର ଦାମ୍‌ ବିଷୟରେ ଖୁଲାସା କରାଯାଇନାହିଁ।

ଏହାସହ ପଢନ୍ତୁ : କାର ଭଳି ଦେଖାଯାଉଥିବା ଇଲେକଟ୍ରିକ୍‌ ବାଇକ୍‌ ‘କୁବୋ’ ଭାରତରେ ହେବ ଲଞ୍ଚ, ମୂଲ୍ୟ ମାତ୍ର …

ସ୍ଲୋଭାକିଆନ ଫାର୍ମ ଏରୋମୋବିଲ ଏକ ଇଣ୍ଟିଗ୍ରେଟେଡ୍‌ ଏୟାରକ୍ରାଫ୍ଟ ହେବା ସହିତ ସମ୍ପୂର୍ଣ୍ଣ ଭାବରେ ଏକ ଚାରି ଚକିଆ କାର ମଧ୍ୟ। ଏହି କାରରେ ଏରୋ ଏବଂ କାର ଉଭୟର ଫଙ୍କସନ୍‌ ରହିଛି। ଏମିତିରେ ଏହା ଭବିଷ୍ୟତରେ ଟ୍ରାନ୍ସପୋର୍ଟର ବହୁତ ଭଲ ମାଧ୍ୟମ ପ୍ରମାଣିତ ହୋଇପାରେ। ଲାଟେଷ୍ଟ କନସେପ୍ଟ ଭର୍ସନରେ କମ୍ପାନୀ ଟେକ୍ନିକାଲ ଦୃଷ୍ଟିରେ ମଧ୍ୟ ପରିବର୍ତ୍ତନ ନିଶ୍ଚୟ କରିଥିବେ। କମ୍ପାନୀର ଦାବି ମୁତାବକ ରାସ୍ତାରେ ଏହାର ମାଇଲେଜ୍‌ ୧୨.୫ କିମି ପ୍ରତି ଲିଟର ଏବଂ ଆକାଶରେ ଏହାର ମାଇଲେଜ୍‌ ୧୫ ଲିଟର ପ୍ରତି ଘଣ୍ଟା ରହିଛି। ଏହି ଭେଇକିଲର ରାସ୍ତା ଉପରେ ରେଞ୍ଜ ରହିଛି ୮୭୫କିମି। ସେହିପରି ଆକାଶରେ ଏହାର ରେଞ୍ଜ ରହିଛି ୭୦୦ କିିମି।

flyingଏହି କାର କେବଳ ଏକ ଟ୍ୟାଙ୍କ୍‌ ପେଟ୍ରୋଲରେ ୪୩୦ ମାଇଲ ଯାତ୍ରା କରିପାରିବ। ରାସ୍ତାରେ ଏହା ୧୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚାଲିବ। ସେହିପରି ଆକାଶରେ ଏହାର ବେଗ ବଢ଼ି ୨୦୦ କିଲୋମିଟର ପ୍ରତି ଘଣ୍ଟା ହେବ। ଆକାଶରେ ଉଡିବା ସମୟରେ ଏହାର ଦୁଇଟି ଓ୍ଵିଙ୍ଗ ମେଲା ହୋଇଯିବ ଏବଂ ଯେତେବେଳେ ଲ୍ୟାଣ୍ଡ କରିବ ଏହାର ଦୁଇଟି ଓ୍ଵିଙ୍ଗ୍‌ ଫୋଲ୍ଡ ହୋଇଯିବ। ଏହାପରେ ଏହା କାର ହୋଇଯିବ। ଏହି କାର ଲ୍ୟାଣ୍ଡ କରିବା ପାଇଁ ୧୫୦ ଫୁଟ୍‌ ଭୂମି ଆବଶ୍ୟକ ଏବଂ ଉଡାଣ ଭରିବା ସମୟରେ ୭୫୦ ଫୁଟ ଖାଲି ରୋଡ୍‌ ଦରକାର ହେବ। କମ୍ପାନୀ ଜଣାଇଛି ଯେ ଏହି କାର ୨୦୨୦ ମସିହାରେ ଲଞ୍ଚ ହେବାର ସମ୍ଭାବନା ରହିଛି। ଏହା ଗ୍ଲୋବାଲ ଲେବଲର ପ୍ରାଇଭେଟ୍‌ ଟ୍ରାଫିକ୍‌ ନକ୍ସାକୁ ବଦଳାଇଦେବ। ଖାସ୍‌ କରି ୟୁରୋପିୟ ଦେଶରେ ଏହାର ଅଧିକ ଆବଶ୍ୟକତା ପଡିବ।

flying_carକମ୍ପାନୀର କୋ-ଫାଉଣ୍ଡର କହିଛନ୍ତି ଏହା ଉଡାଣ ଭରିବା କିମ୍ବା ଲ୍ୟାଣ୍ଡିଂ କରିବା ସମୟରେ କୌଣସି ବିମାନବନ୍ଦରର ଆବଶ୍ୟକତା ପଡିବ ନାହିଁ। ଏହି ଫ୍ଲାଇଂ କାର କାହାର ବି ଘର ପାଖରେ ଲ୍ୟାଣ୍ଡ କରିପାରେ। ବଜାରରେ ଏହି କାର ଆସିବା ପରେ ଯାତାୟତ ସହଜ ହୋଇଯିବ ଏବଂ ଟ୍ରାଫିକରେ ମଧ୍ୟ ଲୋକଙ୍କୁ ଆସ୍ୱସ୍ଥି ମିଳିବ।

ନିଶ୍ଚିତ ପଢନ୍ତୁ : ଏଣିକି ରେଳ ଷ୍ଟେସନ, ଏୟାରପୋର୍ଟ ଏବଂ ମଲରେ ନେଇପାରିବେ ମାଟି ପାତ୍ରରେ ଚା’ ପିଇବାର ମଜା : ନିତିନ ଗଡକରୀଙ୍କ ନୂଆ…

କମ୍ପାନୀ ଜଣାଇଛି ଯେ ଏହି ଫ୍ଲାଇଂ କାର ଯାତ୍ରୀଙ୍କ ପାଇଁ ବିଲକୁଲ୍‌ ସୁରକ୍ଷିତ। ଏହାର ଡିଜାଇନ ଠାରୁ ନେଇ ନିର୍ମାଣ ପର୍ଯ୍ୟନ୍ତ ସୁରକ୍ଷା ଉପରେ ପୂରା ଧ୍ୟାନ ରଖାଯାଇଛି। ଏହି କାର ଆଟୋପାଇଲଟ ଲେସ୍‌ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏଥିରେ ପାରାସୁଟର ବ୍ୟବସ୍ଥା ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.