Below header

ମାନବିକତାର ବଳିଷ୍ଠ ଉଦାହରଣ, ଶବକୁ କାନ୍ଧରେ ବୋହି ଦେଢ଼କିଲୋମିଟର ଚାଲିଲେ ଓଡ୍ରାଫ ଟିମ

ଜୟପୁର (କେନ୍ୟୁଜ): ଘଂଚ ଜଙ୍ଗଲ ରାସ୍ତା। ପାଦେ ପାଦେରେ ଵିପଦ। ଚାଲିବାକୁ ବି ରାସ୍ତା ନାହିଁ। ଆଉ ଏହାରି ମଧ୍ୟରେ ଦେଢ଼ କିଲୋମିଟର ଚାଲି ଚାଲି ଗୋଟିଏ ଶବକୁ ନଦୀରୁ ଉଦ୍ଧାର କରିଵା ପରେ ତାକୁ ଵୋହି ଗାଁକୁ ଆଣିଛନ୍ତି କୋରାପୁଟର ଓଡ୍ରାଫ ଟିମ ସଦସ୍ୟ। ଏହି ଚିତ୍ର ଏବେ ସାମ୍ନାକୁ ଆସିଵା ପରେ କୋରାପୁଟର ଓଡ୍ରାଫ ଦଳକୁ ମିଳିଛି ଢେର ପ୍ରଶଂସା। ଗତ ୨ ତାରିଖରେ ଵୋରିଗୁମ୍ମା ବ୍ଳକର ଡମ୍ବତୁରୁଂଜି ଗାଁ ନିକଟ ଚାବେରୀ ନଦୀ ପାର ହେଵା ସମୟରେ ଚିନ୍ତାମଣି ମୁଦୁଲି ନାମକ ଜଣେ ବୃଦ୍ଧା ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ ।ତେଵେ ୨ ଦିନ ଖୋଜାଖୋଜି କରିଵା ପରେ ଗତକାଲି ତାଙ୍କୁ ଘଟଣାସ୍ଥଳରୁ ୩ କିଲୋମିଟର ଦୂର ହରିଡାଗୁଡା ନିକଟରେ ମୃତ ଅଵସ୍ଥାରେ ଠାଵ କରାଯାଇଥିଲା । ହେଲେ ସେଠାକୁ ଗାଡି ଯିଵା ପାଇଁ ରାସ୍ତା ନଥିଵାରୁ ଓଡ୍ରାଫ ଟିମ୍ ଦେଢ କିଲୋମିଟର କାନ୍ଧରେ ବୋହି ଶବକୁ ଆଣିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.