ଗୁଗୁଲ କମ୍ପାନୀ ଉପରେ ଫ୍ରାନ୍ସ ସରକାର ଲଗେଇଲେ ୧୧୮୫ କୋଟି ଟଙ୍କାର ଜୋରିମାନା

ସର୍ଚ୍ଚ କମ୍ପାନୀ ଭାବେ ବିଶ୍ଵବ୍ୟାପୀ ଲୋକ ପ୍ରିୟତା ଅର୍ଜନ କରିଥିବା ଗୁଗୁଲ କମ୍ପାନୀ ଉପରେ ଫ୍ରାନ୍ସ ସରକାର ୧୫୦ କୋଟି ୟୁରୋ ବା ଭାରତୀୟ ମୁଦ୍ରା ଅନୁସାରେ ୧୧୮୫ କୋଟି ଟଙ୍କାର ଜୋରିମାନା ଜାରି କରିଛନ୍ତି । କମ୍ପାନୀ ନିଜ ବିଜ୍ଞାପନ ପେଜରେ ଭୁଲ ତଥ୍ୟ ଦେଉଥିବା ଅଭିଯୋଗରେ ଗୁଗୁଲ ଉପରେ ଏହି ଜୋରିମାନା ଲଗାଯାଇଛି । ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ଗୁଗୁଲ କମ୍ପାନୀ ଫ୍ରାନ୍ସ ସରକାରଙ୍କୁ ୧୦୦ କୋଟି ୟୁରୋ ବା ୭୬୦୦ କୋଟି ଟଙ୍କାର ଜୋରିମାନା ଦେଇଥିଲେ । ଅନ୍ୟ ପକ୍ଷରେ ଫ୍ରାନ୍ସ କମିଟିସନ କମିଶନ ଅଧ୍ୟକ୍ଷ ଈଷବେଳ ଡି ସିଲବାଙ୍କ କହିବା ଅନୁଯାୟୀ ବିଭିନ୍ନ ଅନଲାଇନ ବିଜ୍ଞାପନ ଗୁଡିକରେ ଗୁଗୁଲର ସ୍ଥିତି ଅଧିକ ମଜବୁତ ଅଛି ।

ବିଜ୍ଞାପନ କ୍ଷେତ୍ରରେ ଗୁଗୁଲ କମ୍ପାନୀର ୯୦ ପ୍ରତିଶତ ଭାଗିଦାରୀ ଅଛି । ତେଣୁ ବିଭିନ୍ନ ଦେଶର ଆଇନ କାନୁନ ଅନୁଯାୟୀ କମ୍ପାନୀ ନିଜ ପଲିସୀରେ କିଛିଟା ପରିବର୍ତ୍ତନ ନିହାତି ଭାବେ ଆଣିବା ଉଚିତ । ପୂର୍ବରୁ ଫ୍ରାନ୍ସ ସରକାର ଗୁଗୁଲ ଉପରେ ଟ୍ୟାକ୍ସ ଚୋରିର ଆରୋପ ମଧ୍ୟ ଲଗେଇଥିଲା । ଏହାବାଦ ଅଧିକାଂଶ ଆମେରିକୀୟ ଟେକ କମ୍ପାନୀ ଗୁଡିକ ଯେମିତିକି ଗୁଗୁଲ, ଫେସବୁକ, ଆପଲ ଓ ଅମାଜନ ପରି କମ୍ପାନୀ ମାନଙ୍କ ଉପରେ ୟୁରୋପୀୟ ଦେଶ ମାନଙ୍କ ଟାର୍ଗେଟରେ ହିଁ ରହିଥାନ୍ତି । ଏମାନେ କମ ଟ୍ୟାକ୍ସ ଦେଉଛନ୍ତି ବୋଲି ୟୁରୋପୀୟ ଦେଶମାନ ଅଭିଯୋଗ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.