ଏବେ ଆଉ ଆସିବନି ବିଜୁଳି ବିଲ୍ , ନୂଆ ବର୍ଷରେ ମୋଦି ସରକାରଙ୍କ ନୂଆ ଭେଟି

ଯଦି ଆପଣ ପ୍ରତି ମାସରେ ଆସୁଥିବା ଅଧିକ ବିଜୁଳି ବିଲ କୁ ନେଇ ଚିନ୍ତିତ ତେବେ ଏଇ ଖବରଟି ଖାସ ଆପଣଙ୍କ ପାଇଁ। ଏବେ ଆଉ ବିଜୁଳି ଵିଲ ଆପଣଙ୍କୁ ଦେବାକୁ ପଡିବ ନାହିଁ।ଏହି ପ୍ରକ୍ରିୟା ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି। ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଆସନ୍ତା ତିନି ବର୍ଷ ଯାଏ ସେ ଦେଶରେ ଘରେଘରେ ଲାଗିଥିବା ବିଜୁଳି ମିଟରକୁ ପରିବର୍ତ୍ତନ କରି ସ୍ମାର୍ଟ ପ୍ରିପେଡ଼ ଲଗାଇବେ। ଏହା ଦ୍ୱାରା ଦେଶରେ ବିଜୁଳିର ଟ୍ରାନ୍ସମିଶନ ଏବଂ ଦିଷ୍ଟ୍ରିବୁସନରେ ହେଉଥିବା କ୍ଷତିକୁ ରୋକାଯାଇ ପାରିବ ବୋଲି କୁହାଯାଉଛି। ଏହା ଦ୍ୱାରା ବିଜୁଳି କମ୍ପାନୀ ଗୁଡିକର ସ୍ଥିତି ଭଲ ହେବ ସହ ଉର୍ଜ ସଂରକ୍ଷଣ କରାଯାଇପାରିବ ବୋଲି କୁହାଯାଇଛି।ଏହା କରିବା ଦ୍ୱାରା ବର୍ତମାନ ଆସୁଥିବା କାଗଜ ଵିଲ ପ୍ରକ୍ରିୟା ବନ୍ଦ ହୋଇଯିବା।
ସରକାରଙ୍କର ନିୟମ ଅନୁଯାୟୀ, ସ୍ମାର୍ଟ ମିଟର ଗରିବଙ୍କ ପାଇଁ ଖୁବ ଲାଭକାରୀ। କାରଣ ଏହା ଦ୍ୱାରା ଲୋକଙ୍କୁ ଏକଥରରେ ମାସର ଵିଲ ଦେବାକୁ ପଡିବ ନାହିଁ। ଲୋକ ନିଜ ହିସାବରେ ଘରର ବିଲ ଦେଇପାରିବ । ଏଥିସହ ସ୍ମାର୍ଟ ପ୍ରିପେଡ଼ ମିଟରର ନିର୍ମାଣରେ ଦେଶର ଅନେକ ବେରୋଜଗରଙ୍କୁ ରୋଜଗାର ମଧ୍ୟ ମିଳିବ। ଖାଲି ସେତିକି ନୁହଁ, ସରକାର ଦେଶର ଘରେ ଘରେ 24 ଘଣ୍ଟା ବିଜୁଳି ପହଞ୍ଚେଇବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି।
କିପରି କରିବା ସ୍ମାର୍ଟ ମିଟର କାମ:
ଘରେ ଲାଗିଥିବା ସ୍ମାର୍ଟ ମିଟରକୁ ବିଜୁଳି ନିଗମର କଣ୍ଟ୍ରୋଲ ରୁମ ରେ ଲଗାଯିବ। ସେଠାରେ କାର୍ଯ୍ୟରତ କର୍ମଚାରୀ ସ୍କାଡା ସଫ୍ଟୱେୟାର ସାହଯ୍ୟରେ ମିଟର ରିଡିଙ୍ଗ ଚେକ କରିପାରିବେ। ଏନେଇ ଯଦି କୌଣସି ଉପଭକ୍ତା ସଠିକ ସମୟ ମଧ୍ୟରେ ବିଲ ପଇଠ କରୁନାହାନ୍ତି ତେବେ କଣ୍ଟ୍ରୋଲ ରୁମରୁ ହି ତାଙ୍କର କନେକ୍ସନ କଟା ହୋଇଯିବ। ଏଥିପାଇଁ କର୍ମଚାରୀଙ୍କୁ ଉପଭକ୍ତାଙ୍କ ଘରକୁ ବାରମ୍ବାର ଯିବାକୁ ମଧ୍ୟ ପଡିବ ନାହିଁ।