ଫିଲିପାଇନ୍ସ ଓ ଇଣ୍ଡୋନେସିଆ ସମେତ ଭାରତର କିଛି ଅଞ୍ଚଳରେ ଭୂମିକମ୍ପ

ନୂଆଦିଲ୍ଲୀ : ଇଣ୍ଡୋନେସିଆ ସମେତ ଫିଲିପାଇନ୍ସ ଓ ଭାରତରେ ଭୂକମ୍ପର ଝଟ୍‌କା । ଗତକାଲି ଇଣ୍ଡୋନେସିଆର ଉତ୍ତର ସୁମାତ୍ରରେ ୫.୦୦ ତୀବ୍ରତା ଏବଂ ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ୭.୧ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ସେହିପରି ଭାରତରେ ଆସାମର ସୋନିତପୁର, ମହାରାଷ୍ଟ୍ରର ପାଲଘର, ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମି ଏବଂ ଆଣ୍ଡାମାନ ଦ୍ୱୀପ ପୁଞ୍ଜରେ ମଧ୍ୟ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ପାଣିପାଗ ବିଭାଗ ଆଇଏମ୍‌ଡି । ତେବେ ଭାରତରେ ହୋଇଥିବା ଭୂମିକମ୍ପର ତୀବ୍ରତା ଅଧିକ ନଥିଲା । ପ୍ରାୟ ୩ରୁ ୩.୩ ତୀବ୍ରତା ଥିଲା ବୋଲି ବାଭିଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ଫିଲିପାଇନ୍ସ ନିକଟବର୍ତ୍ତୀ ସମୁଦ୍ର ଭିତରେ ଏହି ଭୂମିକମ୍ପ ହୋଇଥିଲା । ଏଥିରେ ଉପକୂଳବର୍ତ୍ତୀ ଅଞ୍ଚଳର ଅନେକ ଘର ଓ ଦୋକାନ ଆଦି ଦୋହଲି ଯାଇଥିଲା । ପ୍ରଥମେ ସରକାରଙ୍କ ପକ୍ଷରୁ ସୁନାମି ସତର୍କତା ଦିଆଯାଇଥଲେ ମଧ୍ୟ ଆଜି ତାହାକୁ ପ୍ରତ୍ୟାହାର କରି ନିଆଯାଇଛି । ଆମେରିକା ଭୂତତ୍ତ୍ୱବିତ୍‌ଙ୍କ ଅନୁଯାୟୀ ଫିଲିପାଇନ୍ସର ଦକ୍ଷିଣ ଭାଗ ସମୁଦ୍ରରେ ଭୂଗର୍ଭର ପ୍ରାୟ ୩୮ ମାଇଲ୍‌ ଗଭୀରରେ ଏହି ଭୂମିକମ୍ପ ସଂଘଟିତ ହୋଇଛି । ତେବେ ଏହି ଭୂମିକମ୍ପରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ ।

 

Leave A Reply

Your email address will not be published.