ପିପିଲି(କେନ୍ୟୁଜ୍) : ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଡେଲାଙ୍ଗ କଣାସରୋଡ଼ ରେଳଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଗଦଲପୁର ଗାଁର ଧୀରେନ କୁମାର ରାଉତରାୟ। ଧୀରେନଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଅଭିଯୁକ୍ତକୁ ଗିରଫ ଦାବିରେ ଉତ୍ୟକ୍ତଲୋକେ ରେଳଧାରଣା ଉପରେ ବସିରହିଥିଲେ। ଫଳରେ କଟକ-ପୁରୀ ପାସେଞ୍ଜର ଟ୍ରେନ୍ ଅଟକି ରହିଥିଲା। ଟ୍ରେନ୍ ଲେବଲ କ୍ରସିଂ ଉପରେ ଅଟକି ରହିବା ଫଳରେ ଡେଲାଙ୍ଗ-କଣାସ ସଡକ ପଥରେ ବି ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।