Gmail ୟୁଜର୍ସଙ୍କ ପାଇଁ ଖୁସି ଖବର, ମନକୁ ମନ ଡିଲିଟ ହୋଇଯିବ ଆପଣ ପଠାଇଥିବା ଇମେଲ

ଦୁନିଆରେ ସବୁଠୁ ଲୋକପ୍ରିୟ ଏବଂ ଅଧିକ ବ୍ୟବହାର କରୁଯାଉଥିବା ଇମେଲ ସର୍ଭିସ ଜିମେଲକୁ ପ୍ରାୟ ସମସ୍ତେ ବ୍ୟବହାର କରନ୍ତି। ବହୁତ ଏମିତି ଖାସ ସୁବିଧା ରହିଛି ଯାହା ଜିମେଲ ଆପଣଙ୍କୁ ଦେଉଛି କିନ୍ତୁ ଆପଣ ତାହାର ବ୍ୟବହାର କରିବା ଜାଣିନାହାନ୍ତି ବା ତାହା ସହିତ ପରିଚିତ ହୋଇନାହାନ୍ତି। ଏହି ସୁବିଧା ଜରିଆରେ ଆପଣଙ୍କୁ ଜିମେଲ ଚଲାଇବାରେ ନା କେବଳ ସହଜ ହେବ ବରଂ ଏହା ସହିତ ଆପଣ ଜିମେଲ ଚଲାଇବାରେ ଏବଂ ଲୋକଙ୍କ ମଧ୍ୟରେ ଦକ୍ଷ ହୋଇଯିବେ। ଏହି ସୁବିଧାକୁ ଜାଣିଲାପରେ ଆପଣ ଆପଣଙ୍କ ଇମେଲରେ ଏକ୍ସପାୟାରୀ ଡେଟ ସେଟ କରିପାରିବେ, ମେଲକୁ ରିକଲ କରିପାରିବେ ଏବଂ ଏହା ସହିତ ରିପ୍ଲାଏ ପାର୍ଇ ପାସକୋଡ ଲଗାଇପାରିବେ।

ସେଲ୍ପ ଡେସଟ୍ରକ୍ଟ ମେଲ

Gmailଜିମେଲରେ ଆପଣ ନିଜେ ଶେଷ କରିପାରୁଥିବା ମେଲକୁ କମ୍ପୋଜ କରିପାରିବେ। ଏଥିରେ ଆପଣ ନିର୍ଦ୍ଧାରିତ ସମୟ ସେଟ କରିପାରିବେ। ଯାହା ପରେ ସେହି ମେଲ ୟୁଜର ପାଖରେ ରହିବ କିନ୍ତୁ ସେ ତାହାକୁ ଆକ୍ସେସ କରିପାରିବେ ନାହିଁ। ମେଲ ଲେଖିବା ସମୟରେ ଏହି ଅପ୍ସନ ଆପଣଙ୍କୁ ତଳେ ଲକ୍ ସିମ୍ବଲରେ ମିଳିବ।

ଏମିତି ବଢ଼ାନ୍ତୁ ରିକଲ୍ ଟାଇମ୍

ଆପଣ କୌଣସି ଡ୍ରାଫ୍ଟ ଲେଖୁଥିବା ସମୟରେ ସେହି ମେଲ ଭୁଲରେ ୟୁଜରଙ୍କ ପାଖକୁ ଚାଲି ଯାଏ ତେବେ ଆପଣ ତାହାକୁ ପୁର୍ନବାର ଆଣିବାକୁ ଚାହୁଁଥିଲେ ତାହାକୁ ତୁରନ୍ତ କରି ଆପଣ ନିଜର ମେଲକୁ ରିକଲ କରିପାରିବେ। ସେହି ମେଲ ରିସିଭରଙ୍କ ପର‌୍ୟ୍ୟନ୍ତ ପହଁଚିବା ପୁର୍ବରୁ ରହିଯିବ। କିନ୍ତୁ ଏହି ବଟନ ମେଲ ସେଣ୍ଡ କରିବାର କିଛି ସମୟ ପାଇଁ ଉପଲବ୍ଧ ରହିଥାଏ। ଆପଣ ଜେନେରାଲ ସେଟିଙ୍ଗକୁ ଯାଇ ରିକଲ ଟାଇମ ୩୦ ସେକେଣ୍ଡ ପର‌୍ୟ୍ୟନ୍ତ ବଢ଼ାଇପାରିବେ।

ଇମେଲ ପାଇଁ ପାସକୋଡ

ନିଜର ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଆପଣ ଏକ୍ସଟ୍ରା ପ୍ରୋଟେକସନ ଲଗାଇପାରିବେ। ଏହାପାଇଁ ଲକ୍ ସାଇନରେ ଦେଖାଯାଉଥିବା ଆଇକନ ଉପରେ କ୍ଲିକ କରନ୍ତୁ ଏବଂ No sms Passkodeରୁ ହଟାଇ ଏହାକୁ sms Passkodeରେ ସେଟ କରିଦିଅନ୍ତୁ।

gmailଅଫଲାଇନ ବି କରିପାରିବେ ୟୁଜ

ଜିମେଲର ବ୍ୟବହାର କିଛି ସମୟ ପାଇଁ ଅଫଲାଇନ ମଧ୍ୟ ହୋଇପାରିବ। ଅବଶ୍ୟ ସମ୍ପୂର୍ଣ୍ଣ ଭାବରେ ଏହାର ବ୍ୟବହାର କରିବା ପାଇଁ ଫୋନରେ ଇଣ୍ଟରନେଟ ହେବା ଆବଶ୍ୟକ। କିନ୍ତୁ ଅଫଲାଇନ ମୋଡ ଅନ କରିବା ପରେ ଆପଣ ମେଲ ଦେଖି ପାରିବେ ମେଲ କମ୍ପୋଜ କରି ତାହାକୁ ସେଭ୍ କରିପାରିବେ। ଏହି ଅପ୍ସନ ସେଟିଙ୍ଗ୍ ଅଫଲାଇନ ଟ୍ୟାବ୍ରେ ଉପସ୍ଥିତ ରହିଥାଏ।

ପ୍ରି ସେଟ ରିପ୍ଲାଏ

ଏହି ବିକଳ୍ପ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ଯଦି ଥରକେ ଆପଣ ଏକା ସାଙ୍ଗରେ ଗୋଟିଏ ମେସେଜକୁ ବହୁତ ଲୋକଙ୍କୁ ପଠାଇବାକୁ ଚାହୁଁଛନ୍ତି ତେବେ କ୍ୟାନ୍ସଲ ରେସପୋନ୍ସ ଅପସନ ରହିଥାଏ। ସେଟିଙ୍ଗର ବିକଳ୍ପକୁ ଯାଇ ଆଡଭାନ୍ସ ସେଟିଙ୍ଗରେ ମେସେଜ ଟାଇପ୍ କରି ଆପଣ ଏହାକୁ ବହୁତ ଲୋକଙ୍କୁ ପଠାଇପାରିବେ।

Leave A Reply

Your email address will not be published.