Below header

ଆଲିଆ ଭଟ୍ଟ ନିଜ ହେଲପର ଏବଂ ଡ୍ରାଇଭରକୁ ଦେଲେ ୫୦-୫୦ ଲକ୍ଷ ଟଙ୍କା , ଜାଣନ୍ତୁ କାହିଁକି

ମୁମ୍ବାଇ : ଅନେକ ବ୍ଳକବ୍ଳାଷ୍ଟର ଫିଲ୍ମ ଦେଇସାରିଥିବା ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କ କ୍ୟାରିୟରର ଶୀର୍ଷରେ ପହଞ୍ଚିସାରିଲେଣି। ଖାଲି ରିଲ ଲାଇଫ ନୁହଁ ରିଏଲ ଲାଇଫରେ ମଧ୍ୟ ଆଲିଆ ମନ ଖୋଲି ବଞ୍ଚିବାକୁ ପସନ୍ଦ କରନ୍ତି। ଅଭିନୟରେ ଲୋକଙ୍କ ମନ ଜିଣିଥିବା ଆଲିଆ ନିଜ ବ୍ୟକ୍ତିଗତ ଜୀବନରେ ଏପରି ଏକ କାମ କରିଛନ୍ତି ଯାହା ଶୁଣି ଆପଣଙ୍କ ତାଙ୍କ ପାଇଁ ଭଲପାଇବା ଆଉ ଟିକେ ବଢ଼ିଯିବ। ତେବେ ମିଡିଆ ରିପୋର୍ଟରୁ ଜଣାପଡିଛି, ଆଲିଆ ତାଙ୍କ ଡ୍ରାଇଭର ଏବଂ ହେଲପରଙ୍କୁ ଘର କିଣିବା ପାଇଁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି।

alia-bhatt

ଖବର ଅନୁଯାୟୀ, ଆଲିଆ ତାଙ୍କ ହେଲପର ଅନମୋଲ ଏବଂ ଡ୍ରାଇଭର ସୁନିଲଙ୍କୁ ନିଜ ଜନ୍ମଦିନ ଅବସରରେ ୫୦-୫୦ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି। କୁହାଯାଉଛି କି ଆଲିଆଙ୍କ ପଫେସନାଲ ଲାଇଫରେ ଦୁହିଁଙ୍କର ଖୁବ ଅବଦାନ ରହିଛି। ଏହି ଦୁଇ ଜଣ ଆଲିଆଙ୍କ ସହିତ ତାଙ୍କର ପ୍ରଥମ ଫିଲ୍ମ ‘ଷ୍ଟୁଡେ ଅଫ ଦି ୟର’ ସମୟରୁ ଅଛନ୍ତି।

ଆଲିଆ ଦୁହିଁଙ୍କୁ ନିଜ କ୍ୟାରିୟର ମୁଖ୍ୟ ଅଂଶ ଭାବେ ମାନନ୍ତି। ଏଣୁ ସେ ତାଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ। ଏନେଇ ଆଲିଆ ନିଜ ଜନ୍ମ ଦିନ ଅବସରରେ ସେ ଦୁହିଁଙ୍କୁ ମୁମ୍ବାଇରେ ଘର କିଣିବା ପାଇଁ ଟଙ୍କା ଉପହାର ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.