ଚୁକ୍ତି କରିଛନ୍ତି, ତେଣୁ ଭାରତ ଓ ପାକିସ୍ତାନ ପରସ୍ପର ସହିତ ବିଶ୍ୱ କପ୍‌ରେ ଖେଳିବାକୁ ବାଧ୍ୟ : ଆଇସିସି

ନୂଆଦିଲ୍ଲୀ : ବିଶ୍ୱ କପ୍‌ରେ ଭାରତ ଓ ପାକିସ୍ତାନକୁ ପରସ୍ପର ସହ ଖେଳିବାରେ କୌଣସି ସମସ୍ୟା ନାହିଁ । କାରଣ ଉଭୟ ଖେଳିବା ପାଇଁ ଆଇିସିସି ସହ ଚୁକ୍ତିରେ ବନ୍ଧା ହୋଇଛନ୍ତି । ଏହା କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭ୍‌ ରିଚାର୍ଡ଼ସନ୍‌ ।
ଫୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ବନ୍ଧ ଆହୁରି ଖରାପ ହୋଇଛି । ଭାରତୀୟ ଦଳ ପାକିସ୍ତାନ ସହ ମ୍ୟାଚ୍‌ ନଖେଳିବା ଉଚିତ ବୋଲି ମତ ପ୍ରକାଶ ପାଉଛି । ଏହି ପରିପ୍ରେକ୍ଷୀରେ ବିସିସିଆଇ କହିଛି ଯେ ଭାରତ ସରକାର ଯେଉଁ ନିଷ୍ପତ୍ତି ନେବେ ଆମେ ତାକୁ ମାନିବୁ । ତେବେ ରିଚାର୍ଡ଼ସନ୍‌ଙ୍କ କହିବା କଥା ହେଉଛି ଉଭୟ ଦଳ ଖେଳିବା ଲାଗି ଚୁକ୍ତି କରିଛନ୍ତି । ତେଣୁ ଏଥିରେ ଏସବୁ ପ୍ରଶ୍ନ ଉଠିବା ନିରର୍ଥକ । ତେବେ କୌଣସି ପରିସ୍ଥିତିରେ ଯଦି କୌଣସି ଟିମ୍‌ ମ୍ୟାଚ୍‌ ଖେଳି ନପାରୁଛି ତେବେ ପଏଣ୍ଟ ଅନ୍ୟ ଦଳକୁ ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.