Below header

ଏସିଡି ଆକ୍ରମଣ ହେଉଛି ଏକ ନିର୍ମମ ଅପରାଧ , ମିଳିବ ନାହିଁ କୌଣସି ପ୍ରକାରର କ୍ଷମା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍) : ସୁପ୍ରିମକୋର୍ଟ ଏସିଡି ଆକ୍ରମଣକରୁ ଏକ ଅସଭ୍ୟ ଏବଂ ନର୍ମମ ଅପରାଧ କହିବା ସହିତ ଏହି ଅପରାଧ କରିଥିବା ଅପରାଧୀ କୌଣସି ପ୍ରକାରର କ୍ଷମାର ପାତ୍ର ନୁହନ୍ତି ବୋଲି କହିଛନ୍ତି । ଏହା ସହିତ ଅପରାଧି ମାନେ ପୀଡିତା ମହିଳା ମାନଙ୍କୁ ଦେଢ ଲକ୍ଷ ଟଙ୍କା ଅତିରିକ୍ତ କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେବା ସହିତ ଏକ ଟିପ୍ପଣି ଦେଇଛନ୍ତି ।

ତେବେ ଦୁଇଜଣ ଯୁବକ ୨୦୦୪ ମସିହାରେ ଜଣେ ୧୯ବର୍ଷିୟ ଝିଅ ଉପରେ ଏସିଡ ଆକ୍ରମଣ କରିଥିବା ନେଇ କୋର୍ଟ ଉଭୟଙ୍କୁ ପାଞ୍ଚବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟ ମଧ୍ୟ ହିମାଚଳ ପ୍ରଦେଶ ସରକାରଙ୍କୁ ପୀଡିତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ୍ ଏଏମ୍ ଖାନବିଲକର ଏବଂ ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠରେ କହିଛନ୍ତି କି ବାସ୍ତବରେ ଏହି କଥାକୁ ମନା କରାଯାଇନପାରେ କି ପୀଡିତାଙ୍କୁ ଦୋଷୀମାନଙ୍କ ଦ୍ବାରା ଅସଭ୍ୟ ଏବଂ ନିର୍ମମ ଅପରାଧ କାରଣରୁ ଏମିତି କଷ୍ଟ ସହିବାକୁ ପଡୁଛି ତାହା କହିବା ଅସମ୍ଭବ । ଏହିପରି ଅପରାଧ କୌଣସି ପ୍ରକାରର କ୍ଷମାର ପାତ୍ର ନୁହଁନ୍ତି । ପୀଡିତା ମାନଙ୍କୁ ଏହି ଏସିଡ ଆକ୍ରମଣ ଦ୍ବାରା ଯେଉଁପ୍ରକାରର କଷ୍ଟ ହୋଇଥାଏ, ତା ତୁଳନାରେ ଦୋଷୀଙ୍କୁ ଦିଆଯାଉଥିବା ଦଣ୍ଡ ଏବଂ କ୍ଷତିପୂରଣ କିଛି ନୁହେଁ ।

Acid-Attackକୋର୍ଟ ନିଜର ଆଦେଶ ରାଜ୍ୟ ସରକାରଙ୍କ ଆବେଦନ ଉପରେ ଦେଇଛନ୍ତି । ଯେଉଁଥିରେ ହିମାଚଳ ପ୍ରଦେଶ ହାଇକୋର୍ଟ ଙ୍କ ଆଦେଶକୁ ଚୁନୋତି ଦିଆଯାଇଥିଲା । ହାଇକୋର୍ଟ ଦୁଇ ଜଣ ଦୋଷୀଙ୍କୁ ଶୁଣାଯାଇଥିବା ୧୦ ବର୍ଷର କାରାଦଣ୍ଡକୁ କମାଇ ୫ବର୍ଷ କରିଦେଇଥିଲେ । ଏନେଇ ସୁପ୍ରିମକୋର୍ଟଙ୍କୁ ସୂଚିତ କରାଯାଇଥିଲା କି ଦୁଇ ଜଣ ଦୋଷୀଙ୍କ ଦଣ୍ଡ କମାଇଦିଆଯାଇଛି ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ ଜୋରିମାନା ଦେଇଛନ୍ତି । ଦୋଷୀଙ୍କୁ ଗତ ବର୍ଷ ଡିସେମ୍ବର ୯ ତାରିଖରେ ଜେଲରୁ ଛାଡି ଦିଆଯାଇଥିଲା । ଖଣ୍ଡପୀଠ କହିଥିଲେ କି ହାଇକୋର୍ଟଙ୍କ ନିଷ୍ପତିକୁ କୌଣସି ହସ୍ତକ୍ଷପର ଆବଣ୍ୟକତା ନାହିଁ କିନ୍ତୁ ଦୋଷୀଙ୍କୁ ୧.୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.