ନୂଆଦିଲ୍ଲୀ: ବାତ୍ୟା ଫନି ପାଇଁ ବିମାନ କମ୍ପାନି ଗୋ ଏୟାର ତାର ଯାତ୍ରୀମାନଙ୍କଠାରୁ ବିମାନ ଟିକେଟ ବାତିଲ କିମ୍ବା ପରିବର୍ତନ ବାବଦରେ କୌଣସି ଫି ନେବ ନାହିଁ ବୋଲି ଘୋଷଣା କରିଛି। ଭୁବନେଶ୍ବର, କୋଲକାତା ଏବଂ ରାଞ୍ଚି ମଧ୍ୟରେ ଯାତାୟତ କରୁଥିବା ବିମାନ ପାଇଁ ଏହି ସୁବିଧା ମେ ୨ ତାରିଖରୁ ୫ ତାରିଖ ମଧ୍ୟରେ ଉପଲବ୍ଧ ହେବ। ଫନି ପାଇଁ ଭୁବନେଶ୍ବରରେ ବିଭିନ୍ନ ଏୟାରଲାଇନର ସେବା ବାଧାପ୍ରାପ୍ତ ହୋଇଛି।