Below header

କମିଲା ସୁନା-ରୁପା ଦର, ଆଜି ହିଁ ଘରକୁ ନେଇ ଆସନ୍ତୁ ଆପଣଙ୍କ ମନ ପସନ୍ଦର ଗହଣା

ଗତକାଲି ଠାରୁ ସାମାନ୍ଯ କମିଛି ସୁନା ଦର। ତୁଳନା କଲେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୦,୬୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୬୩୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩,୨୩୦ ଟଙ୍କା ଓ ୪୮,୮୦୦ ଟଙ୍କା ଛୁଇଁଛି।

gold price todayସେହିଭଳି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ୫୦,୬୩୦ ଟଙ୍କା ଓ ୪୯,୬୩୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୦୦୦ ଟଙ୍କା ଓ ୪୯,୫୦୦ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୩,୨୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୪୮,୮୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୨,୪୪୦ ଟଙ୍କା ଓ ୪୯,୭୪୦ଟଙ୍କା ରହିଛି । ଅନ୍ୟପଟେ ରୁପା ଦର ଆଜି କିଲୋଗ୍ରାମ ପ୍ରତି ୬୦,୬୦୦ଟଙ୍କା ଥିବା ରେକର୍ଡ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.