ନଭେମ୍ବର ପହିଲାରୁ ୟୁଜି ଓ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାବର୍ଷ ଆରମ୍ଭ, ଏକାଡେମିକ କ୍ୟାଲେଣ୍ଡରକୁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟର ଅନୁମୋଦନ

ନୂଆଦିଲ୍ଲୀ:ନଭେମ୍ବର ପହିଲାରୁ ୟୁଜି ଓ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାବର୍ଷ ଆରମ୍ଭ ହେବ । ଅକ୍ଟେବାର ୩୧ ସୁଦ୍ଧା ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆଡମିଶନ ପ୍ରକ୍ରିୟା ଶେଷ କରିବେ । ଏଥିପାଇଁ ୟୁଜିସି ପ୍ରସ୍ତୁତ କରିଥିବା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏକାଡେମିକ କ୍ୟାଲେଣ୍ଡରକୁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଅନୁମୋଦନ ଦେଇଛି ।

ମାର୍ଚ୍ଚ ୮ରୁ ମାର୍ଚ୍ଚ ୨୬ ତାରିଖ ମଧ୍ୟରେ ପ୍ରଥମ ସେମିଷ୍ଟର ପରୀକ୍ଷା ହେବ । ୨୭ ମାର୍ଚ୍ଚରୁ ଏପ୍ରିଲ ୪ ପର୍ଯ୍ୟନ୍ତ ସେମିଷ୍ଟର ବ୍ରେକ ବା ଛୁଟି ରହିବ । ପୁଣି ଏପ୍ରିଲ ୪ ତାରିଖରୁ କ୍ଲାସ ଆରମ୍ଭ ହେବ । ଅଗଷ୍ଟ ୯ରେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ହେବ । ୨୦୨୧ ମସିହା ଅଗଷ୍ଟ ୩୦ରୁ ପରବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭ ହେବ । କରୋନା ମହାମାରୀ ପାଇଁ ଅଭିଭାବକମାନେ ଆର୍ଥକ ସଙ୍କଟର ସାମ୍ନା କରୁଥିବାରୁ ନଭେମ୍ବର ୩୦ ସୁଦ୍ଧା ବାତିଲ ନାମଲେଖା ଓ ମାଇଗ୍ରେସନ ଫି ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.